STORYMIRROR

Ghanashyam Jena

Children

3  

Ghanashyam Jena

Children

କାଦମ୍ବିନୀଙ୍କ ଜୟନ୍ତୀ

କାଦମ୍ବିନୀଙ୍କ ଜୟନ୍ତୀ

1 min
343


କାଦମ୍ବିନୀ ତବ ଜନମ ଦିନରେ

 ଘେନ ଆମର ଆଶିଷ 

ମାଆ ବାପାଙ୍କର ଶୁଭ ଆଶୀର୍ବାଦ

 ମଥାରେ ଥାଉ ଅଶେଷ।


ପବିତ୍ର ଭାଦ୍ରଵ କୃଷ୍ଣ ଦ୍ୱାଦଶୀରେ 

  ବିଭୁଙ୍କୁ କରୁ ଦୟିନୀ

 ସକଳ ମଙ୍ଗଳ କାମନା ଆମର

  ଘେନାକର କାଦମ୍ବିନୀ


 ସୁନା ଶ୍ରୀୟା ଦିଦି ପ୍ରିନସ ଶ୍ରୀଧର

 ଭାଇଙ୍କ ଘେନ ଆଶିଷ

 ପୀହୁ ପଲକଙ୍କୁ ସଦା ସ୍ନେହକର 

  ମନରେ ବହି ହରଷ।


 ପିଉସା ପିଉସୀ ବଡବାବା ମାମି

 ଦାଦା ଖୁଡୀଙ୍କ କଲ୍ୟାଣ 

 ଅଜା ନାନୀ ମାମୁଁ ବଡମାମି ବାବା

  ଭାଇ ଭଉଣୀଙ୍କ ମାନ୍ୟ


 ଆଜିର ଦିନରେ କରିବ ସଂକଳ୍ପ

  ବନିବାକୁ ସୁନାପିଲା

 ଭଲ ପାଠପଢି ସୁନାମ ଅର୍ଜନ

  କରିବ ନକରି ହେଳା।


 ଗୁରୁ ଗୁରୁଜନେ କରିବ ଭକତି

  

ସାନରେ କର ଆଦର 

 ମାତା ପିତାଙ୍କର ଉପଦେଶ ମାନ

  ପାଷାଣରେ କରି ଗାର।


 ସଦା ସତଚିନ୍ତା ସଦଭକ୍ତି ବଳେ

  ମହୀରେ ହେବ ମହାନ

 ସତ୍ୟେ ରଖି ଲୟ ସତକର୍ମ କଲେ

  ସୁଖରେ କଟିବ ଦିନ।


 ସର୍ବ ଜୀବେ ଦୟା ଭାବ ବହି ମନେ

   କରିବ ତାଙ୍କୁ ଆଦର

 ଦୁଃଖୀ ଦରିଦ୍ରର ସେବାରେ ନିଜକୁ

   ରଖିଥିବ ନିରନ୍ତର।


 ପରିବେଶ ଆମ ସଖା ସହୋଦର

   ଉଦ୍ଭିଦ ଆମ ଜୀବନ

 ତାହାରି ସୁରକ୍ଷା ହେଲେ"ଜୀବ"ରକ୍ଷା

   ସଦା ରଖିଥିବ ଧ୍ୟାନ।


 ଏତିକି ମିନତି   ଜନମ ଦିନରେ

   ପ୍ରଭୁ ପଦେ ଦିଅ ମନ 

 ଶହେଟି ବସନ୍ତ  କର ଅତିକ୍ରାନ୍ତ

   ସୁସ୍ଥ ରହୁ ତନୁ ମନ।

   ଶୁଭ ଚିନ୍ତକ ବାପା।



Rate this content
Log in

Similar oriya poem from Children