Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Snigdha Nayak

Inspirational Children

4.0  

Snigdha Nayak

Inspirational Children

ତ୍ରିରଙ୍ଗା

ତ୍ରିରଙ୍ଗା

1 min
158


ଆସୁଛି ଅଗଷ୍ଟ ପନ୍ଦର

ଉଡିବ ତ୍ରିରଙ୍ଗା ହୋଇ ଫର ଫର


ପୂର୍ବେ ଇଂରେଜ କରୁଥିଲେ ଶାସନ

ତାଙ୍କଠୁ ସ୍ୱାଧୀନ ହେଲେ ଏହି ଦିନ


ମହାତ୍ମା ଗାନ୍ଧୀ ଦେଶବାସୀଙ୍କୁ କଲେ ଏକଜୁଟ

ଦେଶଛାଡ଼ି ଯିବା ଛଡ଼ା ନ ପାଇଲେ ବିଦେଶୀ ଅନ୍ୟ ବାଟ


ସେଦିନଠୁ ଉଡିଲା ତ୍ରିରଙ୍ଗା ସେ ଯେ ଆମ ସ୍ୱାଭିମାନ

ଅନାଦର କରି କରିବାନି ଆମେ ତାର ଅପମାନ


ତିନି ରଙ୍ଗ ନେଇ ଦେହେ ଉଡୁଥାଏ

ଆମ ବୀର ସୈନିକଙ୍କ ଗୁଣ ଗାଉଥାଏ


ସବୁଠୁ ଉପରେ କମଳା ରଙ୍ଗ ଥାଏ

ସାହସ ଆଉ ବଳିଦାନର ଗାଥା ଗାଏ


ମଝିରେ ଧଳା ନେଇ ଶାନ୍ତି ଆଉ ଏକତା 

ତଳେ ସବୁଜ ନେଇ ବିଶ୍ୱାସର ଦିଏ ବାର୍ତ୍ତା


ଧଳା ରଙ୍ଗ ମଝିରେ ଅଶୋକ ଚକ୍ରଟିଏ

ସେ ଯେ ଶାନ୍ତିର ପ୍ରତୀକଟିଏ


ଜାତୀୟ ପତାକା ଆମ ଜାତିର ଟେକ

ତା' ନିକଟେ ଗାଉ ଜାତୀୟ ସଂଗୀତ ଦେଶ ଯାକ


 ତା' ଜନମ ଦିନ ବାଇଶି ଜୁଲାଇ

 ଭେଦ ଭାବ ଭୁଲାଇ ନେଇଛୁ ତାକୁ ଆପଣାଇ

 

ଆସିଛି ସ୍ୱାଧୀନତା ଦିବସ

ମିଶି କରିବା ପତାକା ଉତ୍ତୋଳନ ଆସ


ଜାତୀୟ ପତାକା ଆମର ଜାତିର ଗୌରବ

ମଥା ଟେକି ବଢ଼ାଉଥାଏ ଦେଶର ସୌରଭ 



Rate this content
Log in

Similar oriya poem from Inspirational