Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sachidananda Kar

Inspirational Children

3  

Sachidananda Kar

Inspirational Children

ଆଶରାଟି ତା'ର ବଳ

ଆଶରାଟି ତା'ର ବଳ

1 min
115



       କଖାରୁ ଲତାଟେ ମୋ ଘର ବାଡ଼ିରେ

              ଯାଉଥିଲା ମାଡ଼ି ମାଡ଼ି

       ଦେଖିବାକୁ ତାକୁ ଆସିଗଲି ଦିନେ

              ସବୁକାମ ମୋର ଛାଡ଼ି ।


       ଦେଖିଲି ମୁଁ ତା'ର ହସ ହସ ଭାବ

              କଅଁଳ କୁଆଁରୀ ମନ

       ଧାରା ଶିରାବଣ ବରଷାରେ ଭିଜି

              ଦିଶୁଥିଲା ଛନଛନ ।


       ତା' ସପନ ତା'ର ଗୋପନ କଥାଟି

              ପାରୁ ନ ଥିଲି ମୁଁ ଜାଣି

       ହେଲେ ମନୋହର ଦିଶୁଥିଲା ମୋତେ

              ତା'ର ସୁକୋମଳ ଠାଣି ।


       ଭାବି ଭାବି କେତେ ହସିଦେଇ ଟିକେ

              ପଚାରିଲି ତାକୁ ମୁହିଁ

       କହ ମୋତେ ଆଗୋ ସରମୀ ଲତିକା

              କୁଆଡ଼େ ଯାଉଛୁ ତୁହି ।


       କହିଲା ବଢ଼ିବି ଫୁଟାଇବି ଫୁଲ

              ଫଳାଇବି ପୁଣି ଫଳ

       ପୂରଣ କରିବି ମୋ ଆଶା, ସପନ

              ସେଲାଗି ଖୋଜୁଛି ବଳ ।


       ହେବୁ କିରେ ମୋର ଆଶା ଭରସା ତୁ

              ପଚାରୁଛି ମୁହିଁ ତୋତେ

       ଲତାଟିଏ ବୋଲି ଖୋଜୁଛି ଆଶରା

              କହ ତୁ ଦେବୁ କି ମୋତେ ।


       ତା' ପାଇଁ ଆଶରା ତିଆରି ଦେଲି ମୁଁ

              ବୁଝିପାରି ତା'ର କଥା

       ଦେଖିଲି ତା' ଖୁସି ତା'ର ମିଠା ହସ

              ଚାଲିଲା ଟେକି ସେ ମଥା ।


       ଦିନ କେତୁଟାରେ ଫୁଟାଇଲା ଫୁଲ

              ଫଳାଇଲା କେତେ ଫଳ

       ବୁଝିଗଲି ମୁଁ ଯେ ଲତାଟିଏ ସେ'ଯେ

              ଆଶରାଟି ତା'ର ବଳ ।


Rate this content
Log in

Similar oriya poem from Inspirational