Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pravu Samantaray

Children

3.0  

Pravu Samantaray

Children

ଶ୍ରେଷ୍ଠ ସନ୍ତାନର ପରିଚୟ

ଶ୍ରେଷ୍ଠ ସନ୍ତାନର ପରିଚୟ

1 min
164


ବାପା ମା ଦୁଇଟି ଶବ୍ଦ 

ଅଟେଏହି ସଂସାରେ ,

ବାପା ସ୍ବର୍ଗ ମା ପୃଥିବୀ

ସତ୍ୟ ଥିଲା ପୁରାଣ କାଳରେ ।

ଏ ଯୁଗରେ ବାପା ମା

ଲାଗେ ଭାରି ଅଡ଼ୁଆ ,

ଶାଶୁ ଶଶୁର ଆମ ପାଇଁ 

ଲାଗେ ଭାରି ବଢ଼ିଆ।

ସ୍ବାର୍ଥ ଥିଲେ ପିଲା କହେ ମା 

ବାପା ମୋରୋ ଠାକୁର,

ସ୍ବାର୍ଥ ସରିଗଲେ ହୋଇଯାଆନ୍ତି 

ଘର ର ସେ ଚାକର।

ପିଲା ଙ୍କ ସୁଖ ପାଇଁ କରିଥାନ୍ତି 

ବହୁ କଷ୍ଟ ପରିଶ୍ରମ,

ବାପା ମା ଙ୍କ ପାଇଁ ସ୍ଥାନ ନାହିଁ 

ଛାଡିଆସନ୍ତି ଜରାଶ୍ରମ ।

ବାର୍ଦ୍ଧକ୍ୟ ସମୟ ରେ ଭଲ ଗଣ୍ଡେ

ଖାଇବାକୁ ନ ପାଆନ୍ତି ,

ମଲା ଅନ୍ତେ ଖିରି ପୁରୀ ଦେଇ

 ଶ୍ରେଷ୍ଠ ସନ୍ତାନ ର ପରିଚୟ ଦିଅନ୍ତି ।

ବୃଦ୍ଧ ହୋଇଥାଏ ଯେବେ

 ଏହି ଭାବରେ ,

ତା ସନ୍ତାନ ପୀଡା ଦିଏ

 ତାକୁ ଅନୁରୂପରେ ।

ସେତେବେଳେ ଜ୍ଞାନ ତାର

 ଚିତ୍ତେ ହୁଏ ଉଦୟ ,

ଅନୁତାପ କଲେ ମଧ୍ୟ

 ନ ଥାଏ ସେ ସମୟ ।

ଏପରିଭାବେ ଚାଲିଛି

 କଳିଯୁଗେ ଏ ରିତି ,

ପାପୀ ପାପଭାର ସହେ

କେଉଁପରି ଏ କ୍ଷିତି ।

ଚକାଡୋଳା ଚକାନେତ୍ରେ

 ମଉନରେ ଦେଖୁଛି ,

ତାରବଳେ ଯଥାକାଳେ

 ଦଣ୍ଡ ମଧ୍ୟ ଦେଉଛି।

ପ୍ରକୃତି ତା ନିର୍ଦ୍ଦେଶରେ

 ଦେଇଅଛି କରୋନା,

ଆହେ ନରନାରୀ ୟେବେ

 କର ୟାକୁ ଭାବନା ।

ଅନୁଶାସନକୁ ମାନି

ଯେବେ ତୁମ୍ଭେ ଚଳିବ,

କରୋନାଦି ମହାମାରୀ

 ସଂସାର ଠୁ ଟଳିବ ।



Rate this content
Log in

Similar oriya poem from Children