STORYMIRROR

Pravu Samantaray

Others

3  

Pravu Samantaray

Others

ଗାଁର ଦୁଃଖ

ଗାଁର ଦୁଃଖ

1 min
117

ହଜି ଯାଇଛି ଆଜି ସେଇ 

      ଗାଁ ର ପୁରୁଣା ସ୍ମୃତି  

 ଲିଭି ଗଲାଣି ନାନାବାୟା ଗୀତ

      ଆଉ ଲଣ୍ଠନବତୀ।


ଆଉ ଉଡୁ ନାହିଁ ସେ 

      ଗାଁ ଦାଣ୍ଡର ଧୂଳି  

ଶୁଭେ ନାହିଁ ଗୌଡର 

      ଗାଈଗୋଠ ଗହଳି ।


ନା ଅଛି ଆଉ ସେଇ 

      ଓଦା ମାଟିର ବାସ୍ନା  

ଜଳୁନି ଆଉ ମିଞ୍ଜି ମିଞ୍ଜି

     ଆଲୁଅରେ ସଞ୍ଜ କନା।


ଆଉ ନାହିଁ ସେ ମାଟି 

      କାନ୍ଥର ପଇସା ଠଣା  

ଲୁଚି ଯାଇଛି ସେ ଶବଦ 

      ଭରା ଢିଙ୍କି ପେଷଣା।


ଡାକୁନି ଆଉ ଡାକ ବାଲା

      ଦାଣ୍ଡ ମୁହଁକୁ ଆସି  

ଭାବ ଭରା ଚିଠି ଲେଖି ହଉ ନାହିଁ

      ଆମ୍ବତୋଟାରେ ବସି ।


ନାହିଁ ଆଉ ସେଇ ଚାଳ ଘର

      ମାଟି ଲିପା ଗୋବର 

 ମନେ ଦୁଃଖ ରହିଗଲା ଗାଁର

      ଛାଡି ଯାଉଥିବା ଦିନର ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍