Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bharatabandhu Biswal

Inspirational Others Children

3  

Bharatabandhu Biswal

Inspirational Others Children

ପାହିଲାଣି ଅମାରାତି

ପାହିଲାଣି ଅମାରାତି

1 min
140



ହେ ସମୟ ! ନୀଳପକ୍ଷୀ

ପାହିଲାଣି ଅମାରାତି

ମେଲି ଦେ ତୋ ଆଖିପତା 

ମୋ ସୁନା ମନ ମଇନା ଏବେ ଉଠି ଯା ।


ରାବେ କାଉ କାଆ କାଆ

ଡାକେ ରହି କୁମ୍ଭାଟୁଆ

   ଘୁମୁରୁଛି ଅଗଣାରେ ଲୋଟଣୀ ପାରା

ଆଧାର ଖୋଜଇ ବଣିଘରଚଟିଆ ଉଡିଲେଣି

   ଗାଉଛି କୋଇଲି ଗୀତ ଭାରି ମିଠା ମିଠା 

    କର ନାହିଁ ମଠ ସୁନା ଏବେ ଉଠି ଯା ।


ଢଳି ଢଳି ଚାଲେ ହ°ସ

ମୟୂର କରଇ ନୃତ୍ୟ

   କଅଁଳିଆ ଛନ୍ନଛନ୍ନ ସକାଳର ଖରା

ମୋ ହୃଦୟ ନୀଳକନ୍ଦେ

ନୀଳ ଆଶା ସ୍ୱପ୍ନ ଗୁଞ୍ଜେ

    ନିକୁଞ୍ଜେ ମୋ ମନପକ୍ଷୀ କରେ ସଙ୍କଳ୍ପନା

  ହେ ସମୟ !

ଉଠିବ ସୁନାଟି ମୋର ଟିକେ ରହି ଯା ।


ହେବ ସିଏ ସଞ୍ଜିବୀତ

ଗାଇବ ଜୀବନ ଗୀତ

    ସବୁଜ ସୁନ୍ଦର ତାର ଆଶା ଉପାସନା

ହେଉ ସତ ଚରିତାର୍ଥ

କୃପାକର ଜଗନ୍ନାଥ

    ନୀଳପକ୍ଷୀ କର ପୂର୍ଣ୍ଣ ଅମୃତ ଚେତନା

   ହେ ସମୟ ! ହୁଅ ଶୁଭ ଅନୁକୂଳ ସୁମନ ଜଗା ।

      


Rate this content
Log in

Similar oriya poem from Inspirational