ଆତ୍ମରକ୍ଷା
ଆତ୍ମରକ୍ଷା
କବଚ କୁଣ୍ଡଳ ପିନ୍ଧି ଜନ୍ମିଥିଲେ
ସୂର୍ଯ୍ୟ ପୁତ୍ର ବୀର କର୍ଣ୍ଣ
କରୁଥିଲେ ଯୁଦ୍ଧ ରଥି ମହାରଥୀ
ପିନ୍ଧି ବଜ୍ର ଶିରସ୍ତ୍ରାଣ ।
ଝଡି ବରଷାରେ ଚାଷୀ କରେ ହଳ
ବିଲେ କରେ ରୁଆ ପୋତା
ନେଇଥାଏ ସଙ୍ଗେ କାଖରେ ଜାକିକି
ତଲେଇ ପଖିଆ ଛତା ।
ଧନୀ ସୈ।ଦାଗର ରଖେ ମହଜୁଦ
ଅସୁମାରୀ ଟଙ୍କା ସୁନା
ରଖିଥାଏ ପୋଷି ଡାହାଳ କୁକୁର
ଜଗୁଆଳ ଡରାବନା ।
ପିନ୍ଧି ଭାରି ଯୋତା ଦମ୍ଭିଲା ପୋଷାକ
ଆମ ବୀର ସଇନିକ
ଜଗିଥାନ୍ତି ସୀମା ପର୍ବତ ଉଚ୍ଚରେ
ମରୁରେ ହୋଇ ସତର୍କ ।
ଗାଆଁ ଗହଳରେ ଅନ୍ଧାର ରାତିରେ
ହୋଇଲେ ଚଳପ୍ରଚଳ
ଟର୍ଚ୍ଚ ଲଣ୍ଠନ କିଳାବାଡିଟିଏ
ଧରିଥାନ୍ତି ଗ୍ରାମ୍ୟଜନ ।
ପଡିଲେ କିଛି ବି ଆପଦ ବିପଦ
ଖଟାଅ ବୁଦ୍ଧି କୈ।ଶଳ
ଉପାୟ ଅଧୀନ ନ ହେଲେ ସମସ୍ୟା
ମୁହଁକୁ ଉନ୍ମୁକ୍ତେ ଖୋଲ ।
ଲୋଡ଼ ସହଯୋଗ ସମାଧାନ ସୂତ୍ର
ଚିନ୍ତା କର ଆଗପଛ
ସୃଷ୍ଟି କରିପାରେ ବିରାଟ ସମସ୍ୟା
ଅବହେଳା ଛୋଟମୋଟ ।
ସତର୍କ ସଜଗ ଉପସ୍ଥିତ ବୁଦ୍ଧି
ଆତ୍ମରକ୍ଷା ସୁକବଚ
ଧାରଣ କରିବା ଅଟେ ହିତକର
ମହତ ଜନ ଉବାଚ ।