ମହା ମହିମ ରାଷ୍ଟ୍ରପତି
ମହା ମହିମ ରାଷ୍ଟ୍ରପତି
କେହି ଦେଖି ନାହି ହୃଦୟ ଭିତରେ
କେଉଁଠି ରହିଛି ପ୍ରୀତି
ସେତ ଜୀବନର ଅମୂଲ୍ୟ ସମ୍ପଦ
ଶାମୁକା ଭିତରେ ମୋତି।
ଶାମୁକା କୁ ଖୋଲି ବାହାରିଲେ ସିଏ
ଢାଳିଲେ ଅମୃତ ଜ୍ୟୋତି
ଦ୍ରୌ ପଦି ମୁର୍ମୁ ସେ ମହା ମହୀମ ଟି
ଆମ ଦେଶ ରାଷ୍ଟ୍ରପତି।
ପ୍ରଥମ ବକ୍ୟର ଅଭିଭାଷଣ ରେ
ଜୀବନକୁ ନର୍କେ ଥୋଇ
ଜଗତ ଉଦ୍ଧାର ପାଇଁ ପଣ କଲେ
ଏକତା ଭାତୃତ୍ବ ପାଇଁ।
ଜୀବନ ସଂଗ୍ରାମ କରି ଚାଲି ଛନ୍ତି
ଭିଜା ଭିଜା ଆଖି ଲୁହ
ଉଜୁଡ଼ା ସଂସାର ପଛରେ ପକାଇ
ଛାତିରେ ଭରିଛି କୋହ।
ଉର୍ଦ୍ଧ ଗତି ମନ ସମାଜ କଲ୍ୟାଣ
ପବିତ୍ର ଭାବନା ନେଇ
ମନ୍ଦାକିନୀ ସମ ହୃଦୟ ତୁମର
ସ୍ୱର୍ଗୀୟ ସୁଷମା ଛୁଇଁ।