Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sandhyarani dash

Children

3  

Sandhyarani dash

Children

ହସ

ହସ

1 min
152


ହସ ଅଟେ ସିନା ଟିକି ଢେଉ ଟିଏ

ଜୀବନର ପାରାବାରେ

ସବୁରି ଓଠରେ ରହିଥିଲେ ସଦା

ଦିଧ୍ୱାରେ ଅମୃତ ଝରେ।


ଧନ ଲୋଡା ନାହିଁ ମନ ଲୋଡା ଏଠି

ଅଧରେ ମୁରୁକି ହସ

ଦୁଃଖର ଲାଘବ ସୁଖର ଆବେଗ

ସଭିଏଁ ହୋଇବେ ବସ।


ହସରେ ରହିଛି ସଂକ୍ରମଣ ଗୁଣ

ଅନ୍ୟକୁ ସେ ଛୁଇଁ ଯାଏ

ଆପଣା ହେଉକି ପର ହେଉଥାଉ

ତା ପାଖକୁ ଟାଣି ନିଏ।


ସୁନ୍ଦର ଲାଗିବ ହସ ପାଇଁ ବିଶ୍ଵ

ସୁସ୍ଥ ହେବ ପୁଣି ଦେହ ମନ

ହସ ଅଟେ ଜାଣ ସତରେ ଅମୃତ

ଶରୀର କୁ କରେ ଟାଣ।


ହସ କୁ ଆପଣା କରି ଦେଇ ଆମେ

ସବୁ କଥା ଆମେ ଯିବା ଭୁଲି

ହସୁ ଥିବ ମନ ହସିବ ହୃଦୟ

ରୋଗ ଯିବ ତାର ବାଟ ଭୁଲି ।


Rate this content
Log in

Similar oriya poem from Children