STORYMIRROR

Rabindra kumar Sahoo

Abstract Romance

4  

Rabindra kumar Sahoo

Abstract Romance

"କାବ୍ୟ ନାୟିକା"

"କାବ୍ୟ ନାୟିକା"

1 min
419

ତୁମେ ମୋର କବିତା

ତୁମେ ମୋ ଜୀବନର କାବ୍ୟ

ତୁମେ ମୋର ସାହିତ୍ୟ

ତୁମେ ଜୀବନ ସାହିତ୍ୟର

କାବ୍ୟ ଓ କବିତା

ତୁମେ ମୋର ପ୍ରେମିକା

ତୁମେ ହୃଦୟର ସୁନ୍ଦରୀ ରାଧିକା

ତୁମେ ମୋର କାବ୍ୟ ନାୟିକା ।


ପ୍ରାଣ ପ୍ରିୟା ପ୍ରିୟତମା ମୋ'ର

ମୋ ହୃଦୟର ସ୍ପନ୍ଦନ

ତୁମେ ମୋ ମଧୁର ସ୍ମୃତିର

ବାସ ଚନ୍ଦନ

ତୁମେ ମୋ ଜୀବନ ଯୌବନ

ତୁମେ ମୋର ଚନ୍ଦ୍ରାଲୋକ

ଜ୍ୟୋସ୍ନା ବିଧୌତ ରାତ୍ରିର ଚନ୍ଦ୍ରିକା

ମୁଁ ତୁମ ଜୀବନ ନାୟକ

ତୁମେ ମନ ମୁନ ଚଇତନର

ମହା ନାୟିକା

ମୋ ଜୀବନ ସଙ୍ଗୀତର

ମହାକାବ୍ୟ ତୁମେ

ତୁମେ ମୋର କାବ୍ୟ ନାୟିକା ।


ତୁମେ ପ୍ରେମ ସଙ୍ଗୀତର

ଗୀତା ଭାଗବତ

ତୁମେ ମୋର ରାମାୟଣ

ତୁମେ ମୋ ପାଇଁ ମହାଭାରତ

ବିଦ୍ୟା ବୁଦ୍ଧି ଜ୍ଞାନର ଅଟ ମୋ ଶିକ୍ଷିକା

ଅନାମିକା ନାୟିକା ତୁମେ ମୋ'ର

ତୁମେ ମୋର ପ୍ରେମ ପସରା

ମୋ ରଜନୀ ରାଣୀ

ରଜନୀଗନ୍ଧା ମୋ ପ୍ରେମିକା

ମୋ ଜୀବନ ମହାକାବ୍ୟର

କାବ୍ୟ ନାୟିକା ।


 ଅଜ୍ଞାନ ଅନ୍ଧକାର ଦୂରୀଭୂତ କରି

 ମୋ ଜୀବନେ ନିଭାଇଛ

 ମୋ ଜୀବନ ସଙ୍ଗିନୀ ର ଭୂମିକା

 ତୁମେ ମୋର ପଥ ପ୍ରଦର୍ଶିକା

 କୁପଥ ବିପଥୁ ଉଦ୍ଧାରି

 ସାଜିଥିଲ ଓ ସାଜିଛ 

 ମୋ ଜୀବନ ର ପରିଚାଳିକା

 ତୁମେ ମୋ ଜୀବନ ନାଟକର

 ନିର୍ଦ୍ଦେଶିକା ମୋ ମହାନାୟିକା

 ମୋ ଜୀବନ କବିତାର କାବ୍ୟ ତୁମେ

 ତୁମେ ମୋ ଜୀବନ କବିତାର

 କାବ୍ୟ ନାୟିକା ।


 ମୋ ସପନର ସ୍ବପ୍ନ ନାୟିକା

 ମୋ ଗୋପନ ପ୍ରୀତିର ସପନ ପ୍ରେମିକା

 ମଧୁ ଛନ୍ଦା ତୁମେ ତୁମେ ମୋର

 ହୃଦୟର ସୁନ୍ଦରୀ ମଧୁମକ୍ଷିକା

 ପ୍ରୀତିର ଝରଣା ତୁମେ

 ପ୍ରେମ ସାଗରର ପ୍ରେମର କରୁଣା

 ତୁମେ ମୋ ଜୀବନ ଯମୁନାର 

 ମହା କରୁଣା

 ତୁମେ ପ୍ରାଣପ୍ରିୟା ମୋ'ର

 ହୃଦୟ ଆକାଶର ମହା ଚନ୍ଦ୍ରିକା

 ତୁମେ ମୋ କବିତା ସାହିତ୍ୟର

  କାବ୍ୟ ନାୟିକା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract