STORYMIRROR

DILIP KUMAR SAHOO

Tragedy

3  

DILIP KUMAR SAHOO

Tragedy

କାଆର୍

କାଆର୍

1 min
234


   ଆମ ରାଜଧାନୀ ବାବୁଙ୍କ ସହର

     ସବୁ ଘରେଘରେ କାଆର ,

  ଗ୍ୟାରେଜ ନଥାଉ ଘରେ ପଛେ , ବାବୁ

     ଗାଡିକୁ ରଖନ୍ତି ବାହାରେ ।

  କାଆର ତ ଏବେ ଘରର ଷ୍ଟାଟସ

     ବାବୁଙ୍କୁ ଗଛରେ ଚଢାଏ

  ଚଢନ୍ତୁକି ଗାଡି ନଚଢନ୍ତୁ ବାବୁ

     ସମାଜରେ ମାନ ବଢାଏ ।

    ବାବୁକି ଜାଣନ୍ତି ଅନ୍ଧାର ରାତିରେ

      ଏମିତି ଘଟଣା ଘଟିବ !

    ଏତେଗୁଡା ଗାଡି ବାହାରେ ରହିଛି

    ସବୁଗୁଡା କିଏ ଭାଙ୍ଗିବ !

   ସେଦିନ ରାତିରେ କୁଆଡୁ କେଜାଣି

      ଆସିତ ବଜାରି ଟୋକାରେ

   ମାରିଲେ ପଥର ମାରିଲେତ ଟେକା

      ଗାଡି ଥିଲା ଯେତେ ରାସ୍ତାରେ ।

   କାହାର ଆଗତ କାହାରତ ପଛ

    ଭାଙ୍ଗିଗଲା ସବୁ କାଚରେ

   ପୋଲିସ ଆସିଲେ ତଲାସୀ କରିଲେ

     ପାଇଲେନି କିଛି ପେଞ୍ଚରେ !

ଖବର କାଗଜ ଖବର ଛାପିଲେ

     ଛନକା ପସିଲା ଛାତିରେ

 ଯେତେ ସବୁ ବାବୁ ଗାଡି କିଣିଛନ୍ତି

     ରଖିବେ କେଉଁଠି ରାତିରେ?

 ଆଉଦିନେ ବାବୁ ପିଲା ଛୁଆ ଧରି

    ବାହାରିଲେ ଭୋଜି ଖାଇରେ

 ମଣ୍ଡପ ଆଗରେ ଗହଳି ଏମିତି

     ଗାଡି ପାଇଁ ଜାଗା ନାହିଁରେ ।

 କାହିଁ କେତେ ଦୂରେ ଗାଡିକୁ ରଖିତ

     ମାଇଲିଏ ବାଟ ଚାଲିଲେ

  ଝାଳନାଳ ହୋଇ ଧାଡି ଲଗେଇ ସେ

    ଭୋଜିଭାତ ଗଣ୍ଡେ ଖାଇଲେ ।

  ଦେଖାଶିଖା ଆମ ସମାଜରେ ଆଜି

    ଦେଖାଇ ହେବାର ନିଶାରେ

 ଗାଡି ବଢୁଅଛି ଗହଳି ବଢୁଛି

    ସୁଖ ନୁହେଁ ଉଡେ ହ°ସାରେ

    


Rate this content
Log in

Similar oriya poem from Tragedy