STORYMIRROR

Kalandi pal

Classics

2  

Kalandi pal

Classics

କା ସାଥେ କରିବୁ କେଳି

କା ସାଥେ କରିବୁ କେଳି

1 min
111


ନାହିଁ ସେ କଦମ୍ବ ବନ ନାହିଁ ସେହି ବୃନ୍ଦାବନ,

ନାହିଁ ସେ ଯମୁନା କୁଳ ନାହିଁ ସେ ବଇଁଶୀ ସ୍ଵନ,

କାହିଁ ଗଲେ ଗୋପବାଳୀ

    କା ସାଥେ କରିବୁ କେଳି,

ଜନମିତୁ ଅମାନିଶି ଏ ମର୍ତ୍ତ୍ୟ ଭୁବନ । l0l


କେହେବ ଗୋପି ଗୋପାଳ

    କା ସାଥେ ଖେଳିବୁ ଖେଳ,

ରାଧା ରାଇ ନାହିଁ ଆଜି

     ନାହିଁ ଗୋପାଳୁଣୀ ମେଳ,

ନାହିଁ ସେ ଦେବକୀ ମାତା

     ଯା ଗର୍ଭେ ଦେଇ ତୁ ବ୍ୟଥା

ବଢ଼ିଲୁ ତ ଗୋପପୁରେ

     ବୁଝିଲୁ ଯଶୋଦା ମନ । l1l


କେଉଁଠି ସେ ବନ୍ଦୀଶାଳ

    ଜନମିବୁ ଗୋପବାଳ,

ନାହିଁ ସେ ମଥୁରା ପୁର

    ନାହିଁ ତୋ କଂସ ମାତୁଳ,

କୋଟି କୋଟି କଂସ ଆଜି

    ମିଛୁଆ ଭକତ ସାଜି,

ପୁଣ୍ୟ ବଦଳରେ ପାପ

    ଭରିଛି ସାରା ଭୁବନ । l2l


Rate this content
Log in

Similar oriya poem from Classics