STORYMIRROR

Satyabati Swain

Inspirational

3  

Satyabati Swain

Inspirational

କ'ଣ ମୋତେ ଚିହ୍ନି ପାରୁଛ

କ'ଣ ମୋତେ ଚିହ୍ନି ପାରୁଛ

1 min
281

ବର୍ଷେ ହେବ ଶୋଇଥିବା ଅଜଗର

କଡ଼ ଲେଉଟେଇଲା

ମୁଁ ଦୋହଲି ଗଲି

କାଇଁ ନାଇଁ ତ ଭୂମିକମ୍ପ ହୋଇନି

ମୁଁ ଏତେ ବିଚଳିତ

ବିଗଳିତ !

କେଉଁ ଏକ ଆଲୋଡନ

ଝଣ ଝଣ ହୋଇଗଲା

ମୋତେ ମୋଠୁଁ କିଛି ସମୟ

ଛଡେଇ ନେଇ ।

ମୁଁ ଅଧୀର,ବିଭୋର ହୋଇ ଅଣ୍ଡାଳିଲି

ଜବର ଦସ୍ତ ଏକ ଝଟକା ଲାଗିଲା ମୋତେ

ତମେ କିଏ?

ମୋ ହୃଦୟ ଦ୍ଵାରରେ ଠକ ଠକ କରୁଛ

ସେ ଟିକେ ମୁଚୁକୁନ୍ଦିଆ ହସ ଫିଙ୍ଗିଲା ମୋ ଆଡ଼େ

ମୁଁ ବିସ୍ମିତ

ସେ ଅଭିମାନ କରି କହିଲା

କଣ ଚିହ୍ନି ପାରୁଛ!

ଦୁଆର ମୁହଁରେ ତା ହସ ହସ ମୁହଁ ।

ଅତି ଆପଣାର ଲାଗୁଥିଲା ସେ

ମୁଁ ଘର ଭିତରକୁ ପାଛୋଟି ନେଲି

ସେ ଭାରି ଖୁସି ଖୁସି ଲାଗୁଥିଲା

ଆଖି ନଚେଇ କହିଲା

ଆରେ ବୁଦୁ

ଜାଣି ପାରୁନ କ'ଣ ମ'

ମୁଁ ବା" ଅଗଷ୍ଟ ପନ୍ଦର" ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational