STORYMIRROR

Pranati Mahapatra

Inspirational

3  

Pranati Mahapatra

Inspirational

ଜୟଜୟ ମୋ ଉତ୍କଳ

ଜୟଜୟ ମୋ ଉତ୍କଳ

1 min
13.8K


ସବୁଜ ସୁନ୍ଦର ଚିର ବନ୍ଦନୀୟା

ସ୍ଵର୍ଣ୍ଣପ୍ରସୂ ଏ ଭାରତ,

ବୀରପ୍ରସବିନୀ କୋଟିସୁତମାତା

ଦେଶ ମଧ୍ୟରେ ପ୍ରଖ୍ୟାତ।

ଯାହା ନାହିଁ ଏହି ମରତ ଭୂଇଁରେ

ସାଇତା ଥାଏ ଭାରତେ,

ମଣିମୁକ୍ତା, ଖଣି, ଐଶ୍ୱର୍ଯ୍ୟ ମୋହରେ

ଲୁଣ୍ଠନ କଲେ କେତେ କେତେ।

ପାରିଲେନି ଜିତି ହାରିଗଲେ ଏଠି

ପରାଜୟ ଟିକା ନେଇ,


କଳାପାହାଡ଼ ଠୁଁ ଇଂରେଜ ଯାଏ

ଦେଲେ ତାଙ୍କୁ ଘଉଡ଼ାଇ।

ପରାଧୀନ ଥିଲୁ ହୋଇଲୁ ସ୍ଵାଧୀନ

ଯୋଗ୍ୟ ଦାୟାଦଙ୍କ ପାଇଁ,

ତାଙ୍କ ଋଣ କେବେ ଶୁଝିହେବନାହିଁ

ଅବା କିଛି ମୂଲ ଦେଇ।

ଗଙ୍ଗା ଯାହାର ଚରଣ ପଖାଳେ

ହିମାଳୟ ଯା ମୁକୁଟ,

ସେ ବୀରାଜନନୀ ସନ୍ତାନ ମୁହିଁ

ଗାଇବି ତା ଗାନ ଜୟ।

ଜୟ ଭାରତ, ଜୟ ତ୍ରିରଙ୍ଗା

ଜୟ ଜୟ ମୋ ଉତ୍କଳ,

ବନ୍ଦନା କରନ୍ତି ନଦନଦୀ ଏଠି

ଦେଇ ଧ୍ଵନି କଳକଳ।

ଜୟ ଜୟ ମୋ ଉତ୍କଳ।


ପ୍ରଣତି ମହାପାତ୍ର

ବାଲେଶ୍ଵର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational