STORYMIRROR

Archana Sahoo

Classics Fantasy Children

4  

Archana Sahoo

Classics Fantasy Children

ଜୟୀ ରାଜଗୁରୁ

ଜୟୀ ରାଜଗୁରୁ

1 min
213

ଚାନ୍ଦ ରାଜଗୁରୁ      ହାରାମଣି ଦେବୀ

    କୋଳକୁ ମଣ୍ଡନ କରି

ଆସିିିଥିଲ ଆହେ     ଅମୂୂଲ୍ୟ ରତନ

    ନାମେ ଜୟୀ ରାଜଗୁରୁ ବହି ।


ବଂଶ ପରମ୍ପରା     ରାଜ ପୁୁରୋହିତ

     ଜ୍ଞାନୀ ମାନି ପଣ୍ଡିତ

ଭାଷାବିିିତ୍ ପୁଣି      ଶାସ୍ତ୍ର ବିଶାରଦ 

    ଗୁୁୁଣ ତୁମ ଅଖଣ୍ଡିତ ।


ରାଜ ନଇତିକ      ପରାମର୍ଶ ଦାତା

    ପ୍ରଥମ ମୁକ୍ତି ସଂଗ୍ରାମୀ

ଯୋଦ୍ଧା ବିପ୍ଲବୀ     ଜୟୀ ରାଜଗୁରୁ

    ତବ ପାଦେ ନମାମୀ ।


ନତମସ୍ତକ ହେ     ଓଡ଼ିଶା ବିଭବ

    ସ୍ୱାଧିନତା ବୀର ଯୋଦ୍ଧା  

ତୁମ ବଳିଦାନେ     ଗୌରବମୟ

     ଆମ ଏ ଓଡ଼ିଶା ଖୋର୍ଦ୍ଧା ।


ଶ୍ରୀକ୍ଷେତ୍ର ପୁରୀରୁ    ପାଞ୍ଚ କିି.ମି ଦୂରେ

    ଜନମ ତୁମେ ହୋଇଲ 

କାର୍ତ୍ତିକ ମାସର      ନବମୀ ତିଥିରେ

    କୁଆଁ କୁଆଁ ରାବ ଦେଲ ।


ବୀର ହରେ କୃଷ୍ଣ     ପୁୁୁର ଶାସନରେ

    ତୁମେ ବର ପୁୁତ୍ର ଈଶ୍ୱର

ଅମର ଅକ୍ଷୟ       ଆତ୍ମାଟିଏ ତୁୁମେ

    ଅଲିଭା ତୁମେ ଅକ୍ଷୟ ।


ସଂସ୍କୃତ ବିିିଦ୍ୟାରେ     ଯୋଗ୍ୟତମ ତମେ

     ଦିବ୍ୟସିଂହ ଦେବ ମନ୍ତ୍ରୀ

ବରୁଣେଇ ଗଡେ      ଉଦ୍ୟମ ତୁୁୁମର

     ପାଇକ ସଜାଗ ଯନ୍ତ୍ରୀ ।


ଜଗନ୍ନାଥ ଦେଶେ   ସଂଗ୍ରାମ ଜଗାଇ

    ପ୍ରଥମ ମୁକ୍ତି ସଂଗ୍ରାମ 

ରଚିିିଦେଲ ଆହେ    ଉତ୍କଳ ସନ୍ତାନ

    ଧନ୍ୟରେ ବୀର ଜୀବନ ।


ପଦବ୍ରଜ ପରେ     ପାଇକ ଗ୍ରାମକୁ

    ଧୀରେ ଧୀରେ ତୁୁମେ ଯାଇ

ଇଂରେଜ ମୁଣ୍ଡକୁ     କୂୂୂଟ କୌଶଳକୁ

    ଥିରେ ଦେଇଥିଲ ଗାଇ ।


ଗୀତ ତୁମ ବାଜିି      ଉଠିିିଲା ତତକ୍ଷଣେ

    ସ୍ୱାଧିନତା ଶଙ୍ଖ ଧ୍ଵନି 

ଜନ ମନ ଜାଗି     ଜାଗରଣ କଲା

     ଶଙ୍ଖଧ୍ଵନି ଶୁଣି ଶୁଣି ।


ଜୟ ଜୟ ମୋ     ଉତ୍କଳ ସନ୍ତାନ

     ଜୟ ଜୟ ରାଜଗୁରୁ

ତୁମ ପାଦ ପଦ୍ମେ    କୋଟିିିଏ ପ୍ରଣତି   

     ଭକ୍ତି ଅର୍ଘ୍ୟ ‌ଦୀପ ପରୁ ।


Rate this content
Log in

Similar oriya poem from Classics