ଜୟ ଯବାନ ଜୟ କିଷାନ
ଜୟ ଯବାନ ଜୟ କିଷାନ
ରାତ୍ରି ଉଜାଗରେ ସମୟ ବିତାଏ
ସୀମାନ୍ତ ପ୍ରହରୀ ସାଜି ସେ ଥାଏ ।
ଶୀତ ବର୍ଷା ଖରା ସହି ବିଲକୁ ଯାଏ
ଦେଶ ପାଇଁ ସେ ଆହାର ଯୋଗାଏ ।
ଜଣେ ପିତା ସାଜି କରେ ଧରେ ବନ୍ଧୁକ
ଜଣେ ମାତା ସାଜି ପାଳେ ମୂଲକ ।
ସମୟ ତ ଏଠି ଅଟେ ବିଚିତ୍ର
ବଦଳିଯାଏ ଏଠି ଅଭିନୟ ଚରିତ୍ର ।
ଜାଗ୍ରତ ପ୍ରହରୀ ସାଜି ସୈନିକ
ଶାନ୍ତିରେ ଶୁଆଏ ଜଗତ ଯାକ ।
ପେଟକୁ ଉପାସ ରଖଇ ନାହିଁ
ଆମ ଅତି ପ୍ରିୟ କୃଷକ ଭାଇ ।
ସକାଳ ହୋଇଲେ କ୍ଷେତକୁ ଯାଏ
ହଳ ଲଙ୍ଗଳରେ ଚଷି ପକାଏ ।
କୋଟି ସ୍ବେଦ ବିନ୍ଦୁ ଦେହରୁ ଝରେ
ସଂସାର ପାଇଁ ତା' ଚିନ୍ତାଟି ଘାରେ ।
ସୈନିକ ଭାଇ ଆମ ଭାରି ସାହସୀ
ଶତ୍ରୁକୁ ଶିକାର କରଇ ବସି ।
ରକତକୁ ସିଏ ଝରାଇ ଦିଏ
ଯେବେ ସଂଗୀନ ମୁନରେ ଆଘାତ ପାଏ ।
ତଥାପି ମନରେ ନଥାଏ ଖେଦ
ମନୁ ଦୂର କରିଥାଏ ଭେଦା ଭେଦ ।
କୃଷକ ଭାଇ ଆମ ସାହା ଭରଷା
ସକଳ ଜୀବଙ୍କ ଜୀବନ ଆଶା ।
ସେ ହସିଲେ ଆଜି ଆମେ ହସିବା
ତାଙ୍କ ସୁଖେ ଦୁଃଖେ ବନ୍ଧୁ ସାଜିବା ।
କରିବା ତାଙ୍କୁ ଆଜି ଶହେ ସଲାମ
ସେପରା ଆମର ଜୟ ଯବାନ ଜୟ କିଷାନ ।
