STORYMIRROR

Bijay Prusty

Inspirational

4  

Bijay Prusty

Inspirational

ଜୟ ଶ୍ରୀକୃଷ୍ଣ

ଜୟ ଶ୍ରୀକୃଷ୍ଣ

1 min
260


ହେ କୃଷ୍ଣ

ଆଉ ଥରେ ଅବତରି ଆସ

ଦେଖି ନିଅ ଆଖି ଭରି 

ତୁମ ର ଦୁନିଆଁ କୁ

ପାରିବ ଯଦି ବଧ କର

ଯେତେ ସବୁ ପୁତନା ରାକ୍ଷାସୀ

ତୁମର ସଂସାର ଆଜି ବିଷ ଭରା

ଛଳନା ର ମୁଖା ପିନ୍ଧି 

ବୁଲୁଛନ୍ତି ଚତୁର୍ଦ୍ଦିଗେ

ରାକ୍ଷସ ଓ ରାକ୍ଷସୀ ର ଦଳ

ଆସ ଆସ କୃଷ୍ଣ

ଅନ୍ଧକାର ବନ୍ଦୀଶାଳ ଖୋଲି

ଏ ଧରା ରୁ ଲିଭିଯାଉ

ଯେତେ ସବୁ ଛଳନା କପଟ

ମୁଖାଧାରୀ ମାନଙ୍କର 

ମୁଖା ଦିଅ ଖୋଲି

ଅନ୍ତହେଉ ଛନ୍ଦହୀନ ଜୀବନର ଗତି

ପ୍ରେମ ପ୍ରୀତି ଗାଉ ଜୟଗୀତି

ବୋହିଯାଉ ଆଉଥରେ ରକ୍ତ ନଦୀ

ହିଂସା ର ତାଣ୍ଡବ ତଳେ

ହଜିଯାଉ କପଟର ପଶା ଖେଳ

ନୂଆ ଏକ ସଂସାର ସର୍ଜନା ପାଇଁ

ଆସ କୃଷ୍ଣ

ଆଉଥରେ କୌରବ ନିପାତ କର

ଧର୍ମ ସଂସ୍ଥାପନା କର ନିଜ ହାତେ

ସବୁ ଦୁଃଖ ସବୁ କଷ୍ଟ ହଜିଯାଉ

କାଳ ଗର୍ଭେ ତୁମ ରି ହାତରେ

କଂସ ର ନିଧନ ହେଉ

ପଲ୍ଲୀ କୋଳେ ସହରେ ନଗ୍ରରେ

ସତ୍ୟ ଧର୍ମ ପ୍ରତିଷ୍ଠିତ ହେଉ ।

      


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational