STORYMIRROR

Bijaya Kumar Swain

Inspirational

4  

Bijaya Kumar Swain

Inspirational

ଜୟ ଶ୍ରୀ ରାମ

ଜୟ ଶ୍ରୀ ରାମ

1 min
1.0K


ଜୟ ଜୟ ରାମ ଜଗତ ଜୀବନ

ଜୟ ଜୟ ରାମ ସୀତା ପ୍ରାଣ ଧନ।


ଜୟ ରଘୁନାଥ ଆରତ ଭଞ୍ଜନ

ଜୟ ଜୟ ରାମ କୌଶଲ୍ୟା ନନ୍ଦନ।


ଜୟ ହେ ଶ୍ରୀ ରାମ ଜଗତ ନନ୍ଦନ

ଜୟ ଜୟ ରାମ ମାରୁତି ଜୀବନ।


ଜୟ ଜୟ ରାମ ସୁଗ୍ରୀବଙ୍କ ମିତ

ତୁମ ନାମେ ଦୁରହୁଏ ସକଳ ସଙ୍କଟ।


ରାମ ନାମ ତୁଣ୍ଡେ ନିଅ ସୁଧିଜନ

ସବୁ ରୋଗ ଶୋକ ହୋଇବ ଖଣ୍ଡନ।


ରାମ ମୋର ଗତି ରାମ ମୋ ମୁକତି

ରାମ ପଦେ ସଦା ଥାଉ ମୋର ମତି।


ସକାଳ ଆରମ୍ଭ ଶ୍ରୀ ରାମ ନାମ ରେ

ଶରଣ ପଶେ ମୁଁ ଶ୍ରୀରାମ ପୟରେ।


ଜୟ ଶ୍ରୀ ରାମ

  ଶୁଭ ସକାଳ


   


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational