Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bijay Prusty

Abstract

4  

Bijay Prusty

Abstract

ଜୟ ଶ୍ରୀ ରାଧାକୃଷ୍ଣ

ଜୟ ଶ୍ରୀ ରାଧାକୃଷ୍ଣ

1 min
300



ଭୂବନ ମୋହନ ରୂପଟି ତୋହର

ହେଉ ପଛେ ରଙ୍ଗ କଳା

ଚଉଦ ଭୂବନେ ତୋ ପରି ସୁନ୍ଦର

କେହି ନାହିଁ ନନ୍ଦବଳା I

କଣ୍ଠସ୍ୱର ତୋର ସବୁଠୁ ମଧୁର

କାନକୁ ଅମୃତ ପ୍ରାୟେ

ତୋ ବାଙ୍କ ଚାହାଣୀ ଅତି ମନୋହର

ଗୋପୀଙ୍କର ମନ ମୋହେ I

କୋଟିବସ୍ତ୍ର ଦେଇ ଲଜ୍ୟା ନିବାରିଲୁ

ଇଜ୍ଜତ ପାଇଲା ସତୀ

ତୋ କୋପ ପାଇଁରେ ମହାମହା ଦୈତ୍ୟ 

ପାଇଗଲେ ଦିବ୍ୟଗତି I

ବଡ କପଟୀ ତୁ ଦ୍ୱାରକା ରାଜନ

ରଚିଲୁ ମହାଭାରତ

ଅସ୍ତ୍ର ଧରିଲୁନି ସାରଥି ହୋଇ ତୁ

ବାହିଲୁ ଅର୍ଜୁନ ରଥ I

ଯୁଦ୍ଧ ଶେଷ ପରେ ଆଖିଦେଖା କଥା

କହିଲା ବେଲାଳସେନ

ଚକ୍ରଟିଏ ବୁଲି ଯୁଦ୍ଧକ୍ଷେତ୍ର ସାରା

ମୁଣ୍ଡ କରୁଥିଲା ଛିନ୍ନ I

ଅଷ୍ଟ ପାଟବଂଶୀ ଥାଉ ଥାଉ ତୋର

ରାଧା ପାଇଁ ହେଲୁ ବାଇ

ରାଧାକୃଷ୍ଣ ରୂପେ ଦୁନିଆରେ ପୂଜା

ପାଉଛୁ ଜଗତ ସାଇଁ I

    


Rate this content
Log in

Similar oriya poem from Abstract