ଜୟ ପ୍ରଭୁ ନାଗେଶ୍ଵର
ଜୟ ପ୍ରଭୁ ନାଗେଶ୍ଵର
ଜୟ ପ୍ରଭୁ ନାଗେଶ୍ଵର
===========
ଭାରତ ପଶ୍ଚିମ ତଟେ
ଦ୍ଵାରାବତୀ ପୂର l
ଦ୍ଵାପରେ ଥାପିଲେ ଯାକୁ
କୃଷ୍ଣ ଯୋଗେଶ୍ୱର ll
ବର୍ଣ୍ଣି କେ ପାରିବ ଭାଇ
ଦ୍ୱାରିକା ମହିମା l
ନିର୍ମାଣ କଲେ ଯାହାକୁ
ସ୍ଵୟଂ ବିଶ୍ଵକର୍ମା ll
ଦ୍ଵାରିକା ନିକଟେ ସ୍ଥାନ
ଦାରୁକ କାନନ l
ବିଜେ କରିଛନ୍ତି ତହିଁ
ପ୍ରଭୁ ପଞ୍ଚାନନ ll
ନାଗଙ୍କ ଈଶ୍ୱର ଯେଣୁ
ନାମ ନାଗେଶ୍ଵର l
ଦାରୁକ ବନେ ବଧିଲେ
ଦାରୁକ ଅସୁର ll
ପାର୍ବତୀ ବୋଲାନ୍ତି ଏଠି
ଦେବୀ ନାଗେଶ୍ଵରୀ l
ରୁଦ୍ରାଣୀ ଶିବାନୀ ମାଆ
ପରମ ଈଶ୍ୱରୀ ll
ଅଳପ ପୂଜାରେ ବାବା
ଲଭନ୍ତି ସନ୍ତୋଷ l
ଜ୍ୟୋତିର୍ଲିଙ୍ଗ ନାଗେଶ୍ଵର
ବାବା ଆଶୁତୋଷ ll
ବାବାଙ୍କ ମହିମା ଅଟେ
ଅନନ୍ତ ଅପାର l
ଅନ୍ଧକୁ ଦିଅନ୍ତି ଚକ୍ଷୁ
ବନ୍ଧ୍ୟାକୁ କୁମର ll
ମୂକ ହୁଅଇ ବାଚାଳ
ପଂଘୁ ଲଂଘେ ଗିରି l
ଦକ୍ଷିଣ ମୁଖୀ ବାବାଙ୍କ
ମହିମା ଏପରି ll
ମାତା ନାଗେଶ୍ୱରୀ ଊମା
ଗିରିରାଜ ଜେମା l
ଆଶିଷ ତାଙ୍କର ହେଲେ
ସର୍ଵ ଦୋଷ କ୍ଷମା ll
ଭାଗ୍ୟଥିଲେ ନାଗନାଥ
ଦିବ୍ୟ ଦରଶନ l
ପୂଜି ଥିଲେ ଦ୍ଵାପରରେ
ଦେବକୀ ନନ୍ଦନ ll
ହରି ହର କ୍ଷେତ୍ର ବୋଲି
ବିଖ୍ୟାତ ଦ୍ୱାରିକା l
ମୁକ୍ତିକାମୀ ପୁଣ୍ୟପୀଠ
ମୋକ୍ଷପୀଠ ଏକା ll
ଅକର୍ମ କର୍ମ ଦାୟକ
ପ୍ରଭୁ ନାଗେଶ୍ଵର l
ପ୍ରଣାମ କରେ ମୁଁ ତାଙ୍କୁ
ଯୋଡ଼ି ବେନି କର ll
🙏🙏🙏
ଅର୍ଜୁନୀ
-----------
ଅର୍ଜୁନୀ ଚରଣ ବେହେରା
ମୋ - 7693091971
