STORYMIRROR

କଳ୍ପନା ରାୟ

Classics Others

3  

କଳ୍ପନା ରାୟ

Classics Others

ଜୟ ମାଆ ମଙ୍ଗଳା

ଜୟ ମାଆ ମଙ୍ଗଳା

1 min
195


ଅଭୟ ବରଦାୟିନୀ ତୁହି ମାଆ ମଙ୍ଗଳା

ଅରକ୍ଷିତର ତୁ ରଖୁ ବୁଡ଼ିବାର ଭେଳା

କେବେ ତୋର ଉଗ୍ରରୂପ କେବେ ଶାନ୍ତମୂର୍ତ୍ତି

ଭକ୍ତ ତୋ ଦର୍ଶନ ମାତ୍ରେ ପାଏ ଆତ୍ମତୃପ୍ତି

କାକଟପୁର ବାସିନୀ ପୁଣି ଗ୍ରାମେ ଗ୍ରାମେ

ଘଣ୍ଟ ଘଣ୍ଟା ଖୋଳ ତାଳେ ତୋ ଆସର ଜମେ

ଘଣ୍ଟପାଟୁଆ ବୁଲାଏ ବୈଶାଖ ଖରାରେ

ବହୁ ରୂପେ ପୂଜା ପାଉ ତୁହି ଆଶ୍ଵିନରେ

ମାଆ ଜଗଦମ୍ଵା ତୁହି ଖଣ୍ଡା ଖର୍ପର ଧରି

ଭକ୍ତ ଡାକେ ବିକଳରେ ଦୁଃଖ ନେଉ ହରି

ଦୁଇ ଭୁଜେ ବିରଜା ରୂପ ତୋର ଯାଜପୁରେ

ଚତୁର୍ଭୁଜେ ପୂଜା ପାଉ ମାଆଚଣ୍ଡୀ କଟକରେ

ଗ୍ରାମେ ଗ୍ରାମେ ତୋର ନାମ ଭଳଭଳି ଅଛି

ଏ ଅଧମ କହ କାହିଁ ବଖାଣି ପାରିଛି

ଚୈତ୍ର ଓ ଆଶ୍ଵିନରେ ତୋର ବଡ଼ ପୂଜା

ଗ୍ରାମ ନଗ୍ର ନାରୀମାନେ କରି ଉପାସନା

ପାପଖଣ୍ଡନର ପାଇଁ କରନ୍ତି ଦୟିନୀ

ଅଭୟବର ଦେଉ ରୋଗ ଦୁଃଖ ଘେନି

ଶ୍ରୀମନ୍ଦିରେ ତୋର ସ୍ଥାନ ଅନନ୍ୟ ଅଟଇ

ବିମଳାଙ୍କୁ ସମର୍ପି ପ୍ରସାଦ ମହାପ୍ରସାଦ ବୋଲାଇ

ତୋର ଆଜ୍ଞାମାଳ ଲୋଡା ଶ୍ରୀ ଚତୁର୍ଭୁଜଙ୍କୁ

ନବକଳେବର ହୁଏ ଯୋଡ଼ା ଆଷାଢକୁ

ଶଙ୍କଟହାରିଣୀ ପୁଣି ଶକ୍ତି ସ୍ଵରୂପିଣୀ

ଦୁଃଖ ନାଶକରି ତୁହି ଦୁଃଖ ବିନାଶିନୀ

ଦୁଷ୍ଟ ଜନ ଦୁଷ୍କର୍ମରୁ ନାଚେ ମହାମାରୀ

ଶିଷ୍ଟଜନ କଷ୍ଟ ପାଆନ୍ତି ଘଉଡାଅ ଅରୀ

ମାରିଲେ ମାରିବୁ ମାଆ ରଖିଲେ ରଖିବୁ

କୋଟି କୋଟି ମୁଣ୍ଡିଆରେ ଗୁହାରି କରିବୁ

ପୂଜ୍ଯା ଶିବାରାଧ୍ୟା ତୁହି ଦୁଃଖ ବିନାଶିନୀ

ଦୁଃଖ ନାଶକରି ସୁଖେ ରଖ ସର୍ବପ୍ରାଣୀ

ଦୁର୍ଗତିକୁ ନାଶ କରି ତୁ ଦୁର୍ଗତି ନାଶିନୀ

ନମସ୍ତେ ନମସ୍ତେ ମାତ ଘେନ ଆମ ଦୟିନୀ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from କଳ୍ପନା ରାୟ

Similar oriya poem from Classics