STORYMIRROR

Prabhati Mahapatra

Inspirational

3  

Prabhati Mahapatra

Inspirational

ଜୟ ମାଆ ଚର୍ଚ୍ଚିକା

ଜୟ ମାଆ ଚର୍ଚ୍ଚିକା

1 min
351

ଡାକ ଶୁଣ ଦୁଃଖନାଶିନୀ

ଅମ୍ବିକା ଗଉରୀ ବିଶ୍ଵବନ୍ଦିନୀ

ଡାକ ଶୁଣ ଦୁଃଖନାଶିନୀ...


ଘୋର ବିପତ୍ତିରେ ଆସିଛି ତୋ ଦ୍ଵାରେ

ରଖିବୁ ମାତ ଲୋ ଘୋଡାଇ କାନି

ଡାକ ଶୁଣ ଦୁଃଖନାଶିନୀ...


ବାଙ୍କୀ ଗଡେ ଥାପିଲି ପାଦ

କାନେ ବାଜେ ତୋହରି ନାଦ

ରୁଚିକା ପର୍ବତ ଦୂରରୁ ଝଲସେ

ଶିଖରେ ତୁହି ମାଆ  ଗିରିନନ୍ଦିନୀ

ଡାକ ଶୁଣ ଦୁଃଖନାଶିନୀ...


ତୋର ପାଦେ ରେଣୁକା ନଈ

ଆନନ୍ଦରେ ନିତି ଧୁଅଇ

ପାପ ତାପ ନାଶି ସେନେହ ପରଶି

ଭକତ ମନକୁ  ନେଇଛୁ କିଣି 

ଡାକ ଶୁଣ ଦୁଃଖନାଶିନୀ...


ଦ୍ଵାରପାଳ ଶୋଭା ବଢାଇ

ବେନି ସିଂହ ସର୍ବଦା ସ୍ଥାୟୀ

କରୁଣା ଟିକିଏ ପାଇବା ପାଇଁକି

ଆସିଛି ତୋ ପାଶେ ସିଂହବାହିନୀ

ଡାକ ଶୁଣ ଦୁଃଖନାଶିନୀ...


ରକ୍ତ ଜବା କୁସୁମ ତୋର

ମାଟିଘୋଡ଼ା ମାନସ ମୋର

ମନୋବାଞ୍ଛା ତୁହି ପୂରଣ କରିବୁ

ଜଗତଜନନୀ ବିଶ୍ଵମୋହିନୀ 

ଡାକ ଶୁଣ ଦୁଃଖନାଶିନୀ...


ପର୍ଶୁରାମ ଆନନ୍ଦେ ଆସି

ଧ୍ୟାନ ମଗ୍ନେ ଗଲେଟି ବସି

ଅପାର କରୁଣା ଢାଳି ଦେଲୁ ମାତ

ଏହି ରୂପେ ତୋର କେତେ କାହାଣୀ 

ଡାକ ଶୁଣ ଦୁଃଖନାଶିନୀ...


ମହାନଦୀ  ସମୀପେ ବହେ

ତୋର ନାମ  ଗୁଣକୁ ଗାଏ

ଉତ୍କଳବାସୀଙ୍କୁ ଜଣାଇ ଦିଏ ଲୋ

ଯିଏ ଚର୍ଚ୍ଚିକାଇ  ସିଏ ଶିବାନୀ 

ଡାକ ଶୁଣ ଦୁଃଖନାଶିନୀ...


ତୋର ପାଶେ  କରେ ଗୁହାରି

ପୋଛି ଦେବୁ  ମୋ ନେତ୍ର ବାରି

ତୋର ନାମ ଧରି ଦିନ ଯାଉ ସରି

ତୋ ପାଦେ ଜୁହାର ମୁଣ୍ଡମାଳିନୀ 

ଡାକ ଶୁଣ ଦୁଃଖନାଶିନୀ...



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational