STORYMIRROR

Bijaya Kumar Swain

Inspirational

3  

Bijaya Kumar Swain

Inspirational

ଜୟ ମାଆ ବୁଧିବାମନ

ଜୟ ମାଆ ବୁଧିବାମନ

1 min
181


ଜୟ ମାଆ ବୁଧିବାମନ

ତବ ଶ୍ରୀ ପାଦ ରେ କୋଟି ନମନ

  ବୁଧିବାମନ,

ପୂର୍ଣ୍ଣ କରିବ ମୋ ମନସ୍କାମ।


ଭାଦ୍ରବ ର ବୁଧବାର

ଅତି ପ୍ରିୟ ଅଟେ ବାର ତୁମର

  ବୁଧିବାମନ,

ଭକ୍ତ ପୂଜଇ ତବ ପୟର।


ନିର୍ଦ୍ଧନ ଧନୀ ହୁଅଇ 

ମୂରୁଖ କୁ ଜ୍ଞାନୀ କରୁ ମାଆ ତୁହି

  ବୁଧିବାମନ,

ଯିଏ ଶରଣ ତୋହର ଯାଇ।


ଅପୁତ୍ରି ପୁତ୍ର ଲଭଇ 

ଧନ ଧାନ୍ୟେ ତାର ଗୃହ ପୁରଇ

  ବୁଧିବାମନ,

ଅୟୀ ସୁଲକ୍ଷଣୀ ହୁଏ ସେହି।


ହଳଦୀ ରେ ତୋ ପ୍ରତିମା

ଆହା କି ସୁନ୍ଦର୍ ନାହିଁ ତୁଳନା

  ବୁଧିବମନ,

ଧୂପ ଦୀପ ରେ ତୋର ଅର୍ଚ୍ଚନା।


ପାଞ୍ଚ ପାଳି ପୂଜା ତୋର

କରନ୍ତି ନାରୀ ଏ ଭକ୍ତି ଅନ୍ତର

  ବୁଧିବମାନ,,

ବାଞ୍ଛା ପୂରଣ କରୁ ତାଙ୍କର।


ଜୟ ମାଆ ବୁଧିବମନ

ଶ୍ରୀ ପାଦ କମଳେ କରେ ଜଣାଣ

  ବୁଧିବମାନ,,

ସବୁ ଦୁରିତ କର ମୋଚନ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational