STORYMIRROR

Baijayantimala Rout

Abstract

2  

Baijayantimala Rout

Abstract

ଜୟ ମା ସରସ୍ବତୀ

ଜୟ ମା ସରସ୍ବତୀ

1 min
221

ଜୟ ମା ସରସ୍ବତୀ ହଂସ ବାହିନୀ,

ବିଦ୍ଯାପ୍ରଦାୟିନୀ ମା ବୀଣା ବାଦିନୀ

ଶ୍ବେତ ପଦ୍ମାସନେ ଶ୍ବେତ ବସ୍ତ୍ରାବୃତା ,

ବର ଦଣ୍ଡ କରେ ଅଟୁ ବିରାଜିତା

ତୋହର କରୁଣା ମାଗୋ ହୁଏ ଯେବେ,

ମୁକ ବି ସହଜେ କଥା କହେ ତେବେ

ବିଦ୍ଯା ଯେ ଅଟଇ ପୁଣି ମହାଧନ,

ସେ ଧନକୁ ସତେ କରୁ ତୁ ପ୍ରଦାନ

ମୂର୍ଖ କାଳିଦାସ ତୋ ଆର୍ଶୀବାଦରେ,

ସର୍ବଶ୍ରେଷ୍ଠ ହେଲା ପଣ୍ଡିତ ଗଣରେ

ଯେ ତୋହର ନାମ କରଇ ସ୍ମରଣ,

ତାର ମୂର୍ଖ ପଣ କରୁ ତୁ ହରଣ

ସର୍ବ କଣ୍ଠେ ବିରାଜିତ ଅଟୁ ତୁହି,

ତୋ ଦୟାରେ ମୂର୍ଖ ପଣ୍ଡିତ ବୋଲାଇ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract