Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prabhati Mahapatra

Tragedy Classics Inspirational

3  

Prabhati Mahapatra

Tragedy Classics Inspirational

ଜୟ ମା ଲକ୍ଷ୍ମୀ

ଜୟ ମା ଲକ୍ଷ୍ମୀ

1 min
153


ଆସ ପଦ୍ମାଳୟା ମୋ ତୃଣ କୁଟୀରେ

ରହିଛି ତୁମକୁ ଚାହିଁ

ସାରା ଜଗତରେ ତୁମେ କି ଦେଖିଛ

ଏପରି ଦୁଃଖିନୀ କାହିଁ ।


ଶୁଣିଛି ମାତା ଗୋ  ତୁମରି ଦୟାରୁ

ଚଣ୍ଡାଳୁଣୀ ଭୋଗେ ସୁଖ

ମୋ ବେଳକୁ କାହିଁ ବିମୁଖ ହେଉଛ

ଭାଗ୍ୟ ଭଟା ପାଏ ଦୁଃଖ ।


ଆକର୍ଣ୍ଣ ବିସ୍ତାରୀ  ନେତ୍ରକୁ ପ୍ରସାରୀ

ଯୋଡିଛି ଭାବ ତରଙ୍ଗ

ହେଲେ ମୁଁ ଜନନୀ ପାଇଁ ନାହଁ କାହିଁ

ତୁମ ଅନୁଭବ ସଙ୍ଗ ।


କରୁଣା କର ମା କୁଟୀର ମୋ ହେଉ

ଜ୍ୟୋତ୍ସ୍ନା ପରି ଆଲୋକିତ

ବିଷାଦର ରାତି  ଲିଭି ଯାଉ ମାଗୋ 

ସଦା ହେଉ ଥାଅ ପ୍ରୀତ ।



Rate this content
Log in

Similar oriya poem from Tragedy