STORYMIRROR

Prabhati Mahapatra

Classics Others

3  

Prabhati Mahapatra

Classics Others

ଜୟ ମା ଗଜଲକ୍ଷ୍ମୀ

ଜୟ ମା ଗଜଲକ୍ଷ୍ମୀ

1 min
282


ଆସ ମାଗୋ ସିନ୍ଧୁ ଦୁଲଣୀ

କର ଯୋଡ଼ି ଭକ୍ତ ଠୁଳ ହେଲେଣି

ଆସ ମା ଗୋ ସିନ୍ଧୁ ଦୁଲଣୀ ।

ସାଗର ସମ୍ଭୁତା ବରୁଣ ଯା" ପିତା

ବିଷ୍ଣୁ ପାଟରାଣୀ ମନ ମୋହିନୀ

ଆସ ମାଗୋ .......

କାଖେ ସୁଧା କୁମ୍ଭକୁ ଧରି

ଅମ୍ବୁଧିକୁ ଆସିଲ ଚିରି

ବେନି ସୁର ଦୈତ୍ୟ ରଣ ଆରମ୍ଭିଲେ

ଦେବ ଗଣେ ବାଜେ ବିଜୟ ଧ୍ୱନି

ଆସ ମାଗୋ......

ଶ୍ରୀମନ୍ଦିର ଶୋଭା ବଢାଇ

ବିଚ୍ଛେଦର ଯାତନା ସହି

ଉତ୍କଳ ସଂସ୍କୃତି ଦେଢଶୁର ନୀତି

ଭାତୃ ବଧୂ ପାଇଁ ଦୂରତା ଠାଣୀ

ଆସ ମା ଗୋ.......

ଚତୁର୍ଭୁଜେ ଶାନ୍ତି ଧାରଣ

ଧନଧାନ୍ୟ କଞ୍ଜ ଶୋଭନ

ଗଜ ବାହିନୀ ମା ହିରଣ୍ମୟୀ କାନ୍ତି

ଭକତ ଭାବକୁ ନେଉ ଲୋ ଟାଣି 

ଆସ ମାଗୋ .......

ନାଶ କର ଦର୍ପ ଆମର୍ଷ

ଭକ୍ତେ ବାଣ୍ଟି ଆମୋଦ ହର୍ଷ

ଅନାସକ୍ତ ଜନେ ନୀର ନମିଳଇ

ପାଦ ସେବି ପ୍ରାପ୍ତ ରତନ ମଣି

ଆସ ମାଗୋ ......

ମେଘାଚ୍ଛନ୍ନ ଶରତ ବେଳା

ମେଦିନୀରେ ପାର୍ବଣ ଖେଳା 

ମୁଢ ଏ ପ୍ରଭାତୀ ପାଠ କରେ ସ୍ତୁତି

ଆସ ଅନ୍ନଦାତ୍ରୀ ଗଜ ବାହିନୀ

ଆସ ମାଗୋ ସିନ୍ଧୁ ଦୁଲଣୀ .....


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics