STORYMIRROR

Prabhati Mahapatra

Classics Inspirational Others

4  

Prabhati Mahapatra

Classics Inspirational Others

ଜୟ ମା ବିରଜା

ଜୟ ମା ବିରଜା

1 min
209


ସିଂହ ବାହିନୀ  ଦୁଃଖ ନାଶିନୀ

କରୁଣାମୟୀ ମା

ପାପ ନାଶିନୀ  କଷ୍ଟ ହାରିଣୀ

ଶକ୍ତି ଦାୟିନୀ ମା

ତୋହରି ଖ୍ୟାତି  ସାଜିଛି ଗୀତି

ମନ ନେଇଛୁ ଜିଣି

ଆସ ଲୋ ମା ବିରଜା ରାଣୀ ।


ଯୋଜନ ଯାଏ  ନାମ ତୋ ଯାଏ

ତୋର ଗୌରବ କଥା

ମନ ହାରିଣୀ  ଜଗ ମୋହିନୀ

ଲିଭାଉ ଥାଉ ବ୍ୟଥା 

ଦେବ ଲୋକରୁ  ମର୍ତ୍ତ୍ୟ ଲୋକରୁ

ଝରେ ତୋ ସୁଧା ବାଣୀ

ଆସ ଲୋ ମା ବିରଜା ରାଣୀ ।


ଉତ୍କଳ ମାଟି  ହୋଇଛି ଖାଣ୍ଟି

ପାଇ ତୋ ପାଦ ସ୍ପର୍ଶ

ବିନ୍ଧ୍ୟ ଗିରିରେ   କରିଲୁ ଯେବେ

ଆନନ୍ଦେ ତୁହି ବାସ 

ବିରଜା ସ୍ମରେ  ଯାଜପୁରେ

ଢାଳି ତୋ ନାମ ମୁଣି

ଆସ ଲୋ ମା ବିରଜା ରାଣୀ


ବଇତରଣୀ   କୂଳେ ତରଣୀ

ଲାଗିଛି ତୋର ପାଇଁ 

ଜନ ଗହଳି  ଭକତ ମେଳି

ଦେବୁ ଲୋ ପାପ ଧୋଇ

ବିଶ୍ଵ ସୁନ୍ଦରୀ  କରିବୁ ପାରି

ଆଖିରୁ ପୋଛି ପାଣି 

ଆସ ଲୋ ମା ବିରଜା ରାଣୀ ।


ଶରତ କାଳ   ତୋର ଚଞ୍ଚଳ

ମାରି ମହିଷାସୁର

ଦଶ ଭୁଜାରେ   ତ୍ରିଶୂଳ ତୀରେ

ବହିଲା ରକ୍ତ ଧାର

ତିନି ପୁରକୁ  ଉଶ୍ଵାସୀ ଦେଲୁ

ସକଳେ ତୋର ଋଣି

ଆସ ଲୋ ମା ବିରଜା ରାଣୀ ।


ସରଗ ପୁରୁ  ଦେବ ଲୋକରୁ

କୁସୁମ ବୃଷ୍ଟି ହୁଏ 

ତୋ ଆଗମନ  କେଡେ ଉତ୍ତମ

ମନକୁ ମୋହି ନିଏ 

ଭକତ ପଂକ୍ତି   ପ୍ରଫୁଲ୍ଲ ଅତି

ତୋ ପାଦେ ଲମ୍ବେ ଶ୍ରେଣୀ 

ଆସ ଲୋ ମା ବିରଜା ରାଣୀ ।


କହିବା ପାଇଁ   ଲେଖିବା ପାଇଁ

ନାହିଁ ମୋହର ବୁଦ୍ଧି

ଅଖଣ୍ଡ ତୋର   ଆଶିଷ ଭାର

ଧରମ କଲେ ସିଦ୍ଧି

ଡାକିବି ଯେବେ  ଦେଖିବି ତେବେ

ସାଜିବୁ ନେତ୍ର ମଣି

ଆସ ଲୋ ମା ବିରଜା ରାଣୀ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics