Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prabhati Mahapatra

Inspirational Others

3  

Prabhati Mahapatra

Inspirational Others

ଜୟ ମା ଅପର୍ଣ୍ଣା

ଜୟ ମା ଅପର୍ଣ୍ଣା

1 min
180



ଆସ ମାଗୋ ଧରା ପୃଷ୍ଠେ

          କରେ ଆବାହନ

ତୋର ପାଇଁ ପୁଲ୍ଲକିତ

          ଆଜି ଭକ୍ତ ଗଣ ।

ସାରା ମେଦିନୀରେ ଦେଖ

          ଆନନ୍ଦ ଲହର

ଶରତର ଆଗମନେ

         ପାର୍ବଣ ଫୁଆର ।

କୋଟି କୋଟି ଦେବା ଦେବୀ

        ସଙ୍ଗେ ପୂଜା ବେଦୀ

ଗନ୍ଧ ପୁଷ୍ପ ଜବା ହାର

         ସଙ୍ଗେ ମନ୍ତ୍ର ବିଧି ।

ଅଗ୍ରେ ପୂଜ୍ୟ ବିଦ୍ୟାପତି

         ଅମ୍ବୁଜା ଭାରତୀ

ତ୍ରିଦେବ ସ୍ତୁତି କରନ୍ତି

          ତୋ ପୟର କତି ।

ବିଷ୍ଣୁଙ୍କ ହସ୍ତରୁ ମାଗୋ 

         ଘେନ ସୁଦର୍ଶନ

ତ୍ରିଶୂଳକୁ ତୋଳି ଦେବେ

         ଦେବ ତ୍ରିଲୋଚନ ।

ବ୍ରହ୍ମା ଅକ୍ଷ ,ଇନ୍ଦ୍ର ବଜ୍ର

          ବରୁଣଙ୍କ ପାଶ

କାର୍ତ୍ତିକେୟ ଶକ୍ତି ଦେବେ

          ହୁଅ ମୋଗୋ ହର୍ଷ ।

ଯମ ଦଣ୍ଡ ଘେନ ମାଗୋ 

          ଖର୍ପର ଧାରିଣୀ

ଖ୍ୟାତି ନାମେ ଉଡେ ନେତ

         ଅହୋରାତ୍ର ପୁଣି ।

ପୂର୍ଣ୍ଣ କୁମ୍ଭ ପାତି ଡାକେ

          ଗ୍ଲାନି ଦୂର କର 

ଉତ୍ପୀଡକ ହସ୍ତରୁ ମା 

          ଜଗ ରକ୍ଷା କର ।

ତୋତେ ଆଶ୍ରା କରେ ମାଗୋ

          ଆସ୍ରପ ନାଶିନୀ 

ଦଶାୟୁଧ ଧାରୀ ମାଗୋ

          ତ୍ରିପୁର ମୋହିନୀ ।

ଆକାଶ ମାର୍ଗରୁ ଦେବ

          ପୁଲ୍ଲକିତ ମନେ

ପୁଷ୍ପାଞ୍ଜଳି ତୋଳି ଦେଲେ

          ଦେବୀ ଆଗମନେ ।

କାଳିକା କରାଳୀ ମାଗୋ

          ବିମଳା ପାର୍ବତୀ

ଶୁମ୍ଭ ନିଶୁମ୍ଭ ନାଶିନୀ

          ଦୁଃଖ କର ଇତି ।

ବାଜିଲା ମୃଦଙ୍ଗ ମାଗୋ

           ନାଚିଲା କାହାଳୀ

ଈଶ୍ଵରୀଙ୍କ ଅବତୀର୍ଣ୍ଣେ

           ଭକ୍ତ ହେଲେ ମେଳି ।

ଆଲଟ ଚାମର ବିଞ୍ଚେ 

           ସୁଗନ୍ଧ ମଳୟ 

ପୂଜା ବେଦୀ ଶୋଭା ପାଉ

           ହୁଅ ମା ଅଭୟ ।

ଏତିକି କରୁଣା ମାଗୋ

          ରଖିବୁ ମୋ ଠାରେ

ପ୍ରଭାତୀ ଲେଖନୀ ଚଳୁ

          ତୋ କୃପା ଦୟାରେ ।


Rate this content
Log in

Similar oriya poem from Inspirational