STORYMIRROR

Pranati Panda

Classics

3  

Pranati Panda

Classics

ଜୟ ମା ଆଦିଜନନୀ

ଜୟ ମା ଆଦିଜନନୀ

1 min
146


ପ୍ରଣତି ଜଣାଏ ତୋର ଶ୍ରୀ ଚରଣେ

ହୃଦରେ ଘେନି ଭକତି ,

ଦୁର୍ଗତି ନାଶିନୀ ମାଆ ଗୋ' ଜନନୀ

ତୁ' ମୋର ଅନ୍ତଃ ଶକତି ।୧।


ଏ' ମର ଶରୀରେ ଏକା ତୋର ନାମ

ତରିବା ପାଇଁ ବିପତ୍ତି ,

ତୋର କୃପା ବିନା ନିରର୍ଥକ ପ୍ରାଣ

ବୃଥା ଧନ ଓ ସମ୍ପତ୍ତି ।୨।


ମା' ଗୋ 'ତ୍ରିନୟନା ମୁଁ' ତୋର ଅଧିନା

କି' କରିବି ତୋ' ବର୍ଣ୍ଣନା ,

ଏ' ମାୟା ସଂସାରେ ପଡିଅଛି ମାତା

ପୂଜା ମନ୍ତ୍ର ମୁଁ' ଜାଣେନା ।୩।


ମା ଗୋ' ଦୟାବହି କୃପା କର ତୁହି

ସମୟ ଯାଉଛି ବିତି ,

ତୋର କୃପା ବିନା ମୁଁ' ଯେ' ଦୀନା, ହୀନା

ନାହିଁ ମୋର ମୁକ୍ତି ,ଗତି ।୪।


ଧରି ତୋ' ପୟର ଶରଣ ମାଗୁଛି

କରି ନାହିଁ ମୁହିଁ ପୁଣ୍ୟ ,

ତୋ ଆଶିଷ ମା ଗୋ' ତିଳେ ମୁଁ ପାଇଲେ

ଜୀବନ ହୋଇବ ଧନ୍ୟ ।୫।


କରୁଛି ଦୟିନୀ ମା' ବିଶ୍ଵ ଜନନୀ

ଦୟା ରଖିବୁ ସନ୍ତାନେ ,

କେ'କରିବ ଆହା ମା ଗୋ' ଦଶବାହା

ତୋ' କୃପା ଦୃଷ୍ଟି ବିହୁନେ ।୬।


ମନ୍ଦାର ମାଳିନୀ ସଙ୍କଟ ହାରିଣୀ

ମାଆ ଗୋ' ବିଶ୍ଵ ଜନନୀ ,

ସଂହାର କରିବୁ ସର୍ବ ଦୁଃଖ ମାତ

ମା ଗୋ' ଘେନ ମୋ ଦୟିନୀ ।୭।


ସର୍ବତ୍ର ରହିଛୁ ସବୁ ଦେଖୁଅଛୁ

ସର୍ବରୂପା ସର୍ବେଶ୍ୱରୀ,

ସୁଖ, ଦୁଃଖ ସବୁ ତୋହରି ଭିଆଣ

ସର୍ବ ସୃଷ୍ଟି ମାହେଶ୍ୱରୀ ।୮।


ଅରକ୍ଷ ରକ୍ଷଣୀ ତୋ' ପଣତ ତଳେ

ଆଶ୍ରା ଟିକେ ଦେଇଥିବୁ ,

ଦୋଷ ଥିଲେ ମା ଗୋ' କ୍ଷମା କରିଦେଇ

ଘଣ୍ଟ ଘୋଡେଇ ରଖିବୁ ।୯।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics