Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kalandi pal

Inspirational

4  

Kalandi pal

Inspirational

ଜୟ ଜୟ ମାତା ଦୁର୍ଗେ

ଜୟ ଜୟ ମାତା ଦୁର୍ଗେ

1 min
309



ଦଶଭୁଜା ମାତା ଆଯୋନି ସମ୍ଭୂତା

          ଆସିଛ ଜଗତ ମଙ୍ଗଳେ 

ଜଗତର ଦୁଃଖ ଫେଡି ପାଅ ସୁଖ

          ବିଜୟା ଦଶମୀ ତିଥିରେ

ତୁମେ ପରା ଆଦିମାତା ଆଦିଶକ୍ତି ଜଗଜ୍ଜିତା

     ତୁମେ ସୃଷ୍ଟିକର୍ତ୍ତୀ ଅନ୍ତରାଳେ

ଜୟ ଜୟ ମାତା ଦୁର୍ଗେ ଜୟ ଜୟ ମାତା ଦୁର୍ଗେ।0।


କାଶତଣ୍ଡି ହସେ ବାସ ଫୁଲ ବାସେ

ଶରଦ ଆକାଶେ  ଶିଶିର ବରଷେ

ମଳୟର ତାଳେ ଶୁଭ୍ର ଜୋଷ୍ନା ଢାଳେ

ଆସ ଅବତରି    ପ୍ରତି ହୃଦୟରେ

ଦୂର ହେଉ ଅଜ୍ଞାନତା ତୁମ ଆଶୀର୍ବାଦେ ମାତା

    ଜୟ ହେଉ ପୁଣ୍ୟ କାଳେ କାଳେ 

ଜୟ ଜୟ ମାତା ଦୁର୍ଗେ ଜୟ ଜୟ ମାତା ଦୁର୍ଗେ ।୧।


ଦୈତ୍ୟ ବିନାଶିନୀ ଦୁଷ୍ଟ ସଂହାରିଣୀ

ଅଧର୍ମ ନାଶିନୀ   ମହିସାମର୍ଦ୍ଦନୀ

ସଙ୍କଟ କାଳରେ ଆସ ମା ମହୀରେ

ଭକତେ ବିଭୋରେ ହଜନ୍ତୁ ପୟରେ

ପଣତ କାନିରେ ତୋର ଘୋଡାଇ ଦେଏ ସଂସାର

   ଚାଲି ଯାଉ ଦୁଃଖ ଶୋକ ଦୁରେ ।

ଜୟ ଜୟ ମାତା ଦୂର୍ଗେ ଜୟ ଜୟ ମାତା ଦୂର୍ଗେ .।୨।



Rate this content
Log in

Similar oriya poem from Inspirational