STORYMIRROR

Arjuni charan Behera

Inspirational Others

3  

Arjuni charan Behera

Inspirational Others

ଜୟ ଜୟ ଗଣନାଥ

ଜୟ ଜୟ ଗଣନାଥ

1 min
132


      

ଜୟ ଜୟ ଗଣନାଥ ଜୟ ଗଣପତି l

 ଜୟ ଜ୍ଞାନମୂର୍ତ୍ତି ଜୟ ଜୟ ବିଦ୍ୟାପତି ll

ତାତ ତୁମ୍ଭ ସଦାଶିବ ମାତ ହିମବନ୍ତୀ l

 ଭାଇ ତାରକନାଶନ ସୂର ସେନାପତି ll

ଅଗ୍ରପୂଜ୍ୟ ସର୍ଵ ପୂଜାରମ୍ଭେ ତବ ସ୍ତୁତି l

ଗଣେ ନାରାୟଣେ ରୁଦ୍ର ମନ୍ତ୍ରର ଆବୃତ୍ତି ll

ତୁମ୍ଭେ ପିତୃଭକ୍ତ ଧନ୍ୟ ତୁମ୍ଭ ମାତୃଭକ୍ତି l

  ସର୍ଵଦେବ ମୁନି ତବ ସ୍ତୁତି କରିଥାନ୍ତି ll

ଇନ୍ଦୂରବାହନ ତବ ଗଳେ ଗଜମୋତି l

 ପାଶ ଅଙ୍କୁଶ କରରେ ସୁଶୋଭନ ଅତି ll

ରିଦ୍ଧି ସିଦ୍ଧିଙ୍କର ପ୍ରଭୁ ତୁମ୍ଭେ ପ୍ରାଣପତି l

  ସନ୍ତୋଷୀମାତା ତୁମ୍ଭର ଅଟନ୍ତି ଦୁହିତି ll

ହେ ହେରମ୍ଭ ଲମ୍ବୋଦର ଅଗତିର ଗତି l

 ମୋଦକ ପ୍ରିୟ ତୁମ୍ଭର ଭକତେ ଅର୍ପନ୍ତି ll

ବକ୍ରତୁଣ୍ଡ ମହାକାୟ ସୂର୍ଯ୍ୟସମ ଦ୍ୟୁତି l

 ବିଦ୍ୟା ବୁଦ୍ଧି ଜ୍ଞାନଦେଇ ଅଜ୍ଞାନ ହରନ୍ତି ll

ବିଦ୍ୟାଦାତା ଭଗଵାନ ବାଞ୍ଛା ତବ ଭକ୍ତି l

 ଏକଦନ୍ତ ଘେନ ପ୍ରଭୋ ଅଜ୍ଞାନ ପ୍ରଣତି ll

       


Rate this content
Log in

Similar oriya poem from Inspirational