STORYMIRROR

Anam Charan Sahoo

Inspirational

5.0  

Anam Charan Sahoo

Inspirational

ଜୟ ଜଗନ୍ନାଥ

ଜୟ ଜଗନ୍ନାଥ

1 min
14.9K


ଜୟ ଜୟ ଜଗନ୍ନାଥ ଜଗତ ଠାକୁର

ଦୟା କର ଦୀନ ଜନେ ଯୋଡେ ଦୁଇ କର ।(ଘୋଷା)

ଆସନ୍ତା ଆଷାଢ ଶୁକ୍ଳ ଦ୍ବିତୀୟା ତିଥିରେ

ବସିଥିବୁ ଯେବେ ତୁହି ନନ୍ଦିଘୋଷ ପରେ

ବାମନ ରୂପ ଦେଖିବ ନୟନ ମୋହର ।୧।

ହସଫୁଟି ଝରୁଥିବ ତୋ ରଙ୍ଗ ଅଧରେ

ରଥ ରଜ୍ଜୁ ଟାଣୁଥିବି ମୋ ବେନି ହସ୍ତରେ

ତୁଣ୍ତେ ଥିବ ତୋର ନାମ ହେ ନନ୍ଦ କୁମର ।୨।


ଶରଧା ବାଲିରେ ତୋର ଅତି ଶରଧାରେ

ଧୂଳି ଧୂସରିତ ହେବି କାଳିଆ ଧନରେ

ତୋତେ ଛାଡି ଦୁନିଆଟା ହୋଇଯାଉ ପର ।୩।

ତୋ ଭାବରେ ଅଭାବ ମୋ ଯାଉ ବହୁଦୂରେ

ମନ ମୋହର ଭରଣ ହେଉ ଭକତିରେ

ତୋର ପାଦପଦ୍ମେ ସଦା ଲୟ ରହୁ ମୋର ।୪।


Rate this content
Log in

Similar oriya poem from Inspirational