Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bijay Prusty

Abstract

4  

Bijay Prusty

Abstract

ଜୟ ଜଗନ୍ନାଥ ସ୍ୱାମୀ

ଜୟ ଜଗନ୍ନାଥ ସ୍ୱାମୀ

1 min
909


ହାତନାହିଁ ତୋର ମହାବାହୁ ବୋଲି

ସରବେ କୁହନ୍ତି ତୋତେ

ପାଦନାହିଁ ତୋର ପଦ୍ମପାଦ ବୋଲି

ନାମ ବହିଛୁ ମରତେ I


କେତେବଡ ତୋର ପେଟରେ କାଳିଆ

ଷାଠିଏ ପଉଟି ଖାଉ

ଦେବଦାସୀ ନୃତ୍ୟ ଦେଖି ଦେଖି ନିତି

ରତ୍ନ ପଲଙ୍କରେ ଶୋଉ I


ଛପନ ଭୋଗରେ ଶରଧା ତୋହର

ତୋ ଚଳଣି ରାଜାପରି

ତଥାପି ଆତ୍ମୀୟ ପଣ ଦେଖାଇ ତୁ

ଦୁଃଖୀ ଦୁଃଖ ନେଉ ହରି I


ତୋ ଦରବାରରେ ଧନୀ ଦରିଦ୍ରର

ଭେଦଭାବ ନାହିଁ କିଛି

ତୋ ମହାପ୍ରସାଦ ବ୍ରାହ୍ମଣ ଚାଣ୍ଡାଳ

ଖାଆନ୍ତି ଭୂଇଁରେ ବସି I


ଏତେ ବଡ ବଡ ତୋ ଚକାଆଖିରୁ

ନିରନ୍ତର କୃପା ଝରେ

ତୋ କରୁଣା ପ୍ରାପ୍ତ ହୋଇଯାଏ ଟିକେ

ଡାକିଦେଲେ ଭକ୍ତିଭରେ I


କଳିର ଦେବତା କାଳିଆ ରାଜା ତୁ

ଏହିଭଳି ଚାହିଁଥିବୁ

ତୋ ଦର୍ଶନ ଟିକେ ଦେଉଥିବୁ ଜଗା

ହୃଦୟରେ ରହିଥିବୁ I

   


Rate this content
Log in

Similar oriya poem from Abstract