STORYMIRROR

Anuja Behera

Abstract Others

4.5  

Anuja Behera

Abstract Others

ଜୟ ଜଗନ୍ନାଥ ଭାଗ - ୧୫ (ରହସ୍ୟ)

ଜୟ ଜଗନ୍ନାଥ ଭାଗ - ୧୫ (ରହସ୍ୟ)

1 min
314


ରହସ୍ୟ ମୁରାରୀ ତୁ ଯେ ଦଇତାରୀ ଶଙ୍ଖକ୍ଷେତ୍ର ନାମ ଧରି

ଶଙ୍ଖ ଯେ ନିଷେଧ ବୋଲିଣ ଆଇଁଷ ତବ ବିସ୍ମୟ କେ ସରି

ଶିଖର ଆକାଶେ ପକ୍ଷୀ ଉଡେ ନାହିଁ ମନ୍ଦିର ଛାଇ ନ ପଡେ

ପତିତପାବନ ଫଡଫଡ କରି ଓଲଟା ଦିଗରେ ଉଡେ

ବିସ୍ମୟ ତୋର ରହସ୍ୟ ମନ୍ଦିର ଏଣୁ ତୁ ଜଗତ ସ୍ବାଇଁ

ବେଢ଼ା ଅନ୍ତରାଳେ ଅଥବା ବାହାରେ ଶବ୍ଦ ବ୍ୟତିକ୍ରମ ନାହିଁ

ଚଉଦିଗ ପୁର ନୀଳଚକ୍ର ତୋର ଲାଗଇ ସାମ୍ନାରେ ଅଛି

ଲିମ୍ବର କାଠରେ ମୂର୍ତ୍ତି ଅନ୍ତରାଳେ କୃଷ୍ଣ ହୃଦୟ ଯେ ଅଛି

ହାଣ୍ଡି ପରେ ହାଣ୍ଡି ସାତ ଗୋଟି ହାଣ୍ଡି ତଳେ ଯେ ଅଗ୍ନି ସଂଯୋଗ

ଏପରି ଭାବରେ ଉପରୁ ତଳକୁ ରନ୍ଧା ଯାଏ ପୁରୀ ଭୋଗ

ଭକ୍ତ ଗହଳରେ ଜଗନ୍ନାଥ ନାମେ ବାଜଇ ମୃଦଙ୍ଗ ଘଣ୍ଟ

ଆନନ୍ଦ ବଜାର ଅଭଢା ଅର୍ଣ୍ଣ ହୁଏନା କେବେ ନିଅଣ୍ଟ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract