STORYMIRROR

banaja nandini mishra

Inspirational

3  

banaja nandini mishra

Inspirational

ଜୟ ହନୁମାନ

ଜୟ ହନୁମାନ

1 min
182


ସଙ୍କଟମୋଚନ ଚିରଞ୍ଜିବି

ମହାବୀର ହନୁମାନ

ତୁମକୁ ମୋର କୋଟି କୋଟି ପ୍ରଣାମ 

ତୁମେ ତ ପ୍ରଧାନ ଭକ୍ତ ଓ ସେବକ

ପ୍ରଭୁଙ୍କ ପାଇଁ ବାନ୍ଧିଥିଲ ସେତୁବନ୍ଧ

ତୁମେ ମୋ ପାଖେ ପାଖେ ଅଛ

ସେଥିପାଇଁ ତ ଆସୁଥିବା ସମସ୍ୟା

ବାଟ ଭାଙ୍ଗି ପଳାଉଛି

କିନ୍ତୁ ମୁଁ

 ମିଛମାୟାର କଜ୍ଵଳ ନାଇ

ଅନେକ ଅଦ୍ଭୁତ ଆଶାର ମୋହ ରଖି

ଅଜବ ସ୍ବପ୍ନର ଆକର୍ଷଣରେ

ଅଦୃଶ୍ୟ ଯନ୍ତ୍ରଣାକୁ ଆଦରି ନେଇ

ଅନେକ ଆଘାତ ସହୁଛି

ବିନା ଦୋଷରେ କଷ୍ଟ ପାଉଥିବା ମଣିଷଟି

 ଜାଣେ ଜୀବନ କଣ ?

ସେଥିପାଇଁ ତ କେବେ ଏ ଅଧମ

ଭୂଲ ମାର୍ଗ ଆପଣାଇ ନାହିଁ

କାରଣ ଭଲଭାବେ ଜାଣିଛି

ଭୂଲ ମାର୍ଗରେ ଗଲେ ଦିନ ଆସିବ

ସବୁ ହାଡ଼ ଚୁର୍ଣ୍ଣବିଚୁର୍ଣ୍ଣ ହୋଇଯିବ

ଶିରାପ୍ରଶିରାକୁ ଛିଡାଇ ରକ୍ତାକ୍ତ କରି

ଅହଂକାର ଭାଙ୍ଗି ତଳେ କଚାଡି ଦେବ

ସବୁ ଅସ୍ତିତ୍ବକୁ ହଜାଇଦେବ

ତେଣୁ ଆଜି ଏହି ପବିତ୍ର ଦିନରେ

ଆମ ନବବର୍ଷରେ ନେଉଛି ନିଷ୍ପତି

ଜୀବନରେ ଅନେକ କଣ୍ଟା ଆସିବ

ଥକ୍କା ଲାଗିଲେ ବି ଚାଲିବି

ତୁମ ଆଶୀର୍ବାଦକୁ ସମ୍ବଳ କରି

ମୋର ଆତ୍ମବିଶ୍ୱାସର ପାଦରେ

ସବୁ କଣ୍ଟାକୁ ଦଳି ମକଚି ଦେଇ

ମୋର ଅତୀତକୁ ସ୍ମରଣ ରଖି

ସବୁ ସ୍ମୃତିକୁ ସାଉଁଟି ସାଉଁଟି

ଭବିଷ୍ୟତକୁ ତୁମ ଶ୍ରୀଚରଣେ ସମର୍ପି

ଆଜି ଯାଏଁ ଯେମିତି ଚାଲିଛି 

ନିଷ୍କପଟ ନିର୍ଭୀକ ସଚୋଟତାର ସହ

କେବଳ ବର୍ତ୍ତମାନକୁ ନେଇ ବଞ୍ଚିବି

ଛଳକପଟ ଈର୍ଷା ପାତରଅନ୍ତରକୁ

ଆଦରରେ ଗ୍ରହଣ କରିନେଇ

କ୍ଷଣ କ୍ଷଣର ଆନନ୍ଦ ନେବି 

ପ୍ରତ୍ୟେକ ପରିସ୍ଥିତିରେ ଖୁସି ରହିବି 

ସେଥିପାଇଁ ତୁମେ ଆଶୀର୍ବାଦ ଦିଅ

ସାହସ ଶକ୍ତି ଧର୍ଯ୍ୟ ଦିଅ 

ତୁମ ନିକଟତର ହେବାପାଇଁ

ଭାବଭକ୍ତିର ସେତୁବନ୍ଧ ବାନ୍ଧିବାକୁ

ସହାୟ ହୁଅ ପ୍ରଭୂ ସହାୟ ହୁଅ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational