STORYMIRROR

Surjyakanta Dash

Inspirational

3  

Surjyakanta Dash

Inspirational

ଜୟ ଗଣେଶ ଜୟ ଗଣେଶ

ଜୟ ଗଣେଶ ଜୟ ଗଣେଶ

1 min
127


ଜୟ ଗଣେଶ ଜୟ ଗଣେଶ ଗୌରି ନନ୍ଦନଯୋଡ ହସ୍ତେ ଥାଇ କରୁଛି ମୁଁ ତୁମକୁ ବନ୍ଦନ ।୧।

ଭାଦ୍ର ମାସ ଶୁକ୍ଳ ପକ୍ଷ ଚତୁର୍ଥୀ ତିଥିରେପୂଜା ହୁଏ ସବୁଠାରେ ସବୁ ବିଧି ବିଧାନରେ ।୨।

ଭକ୍ତି ଭାବେ ଦେଇ ଧୂପ, ଦୀପ, ଦୁବ ପୁଷ୍ପ ତୁମ ନାମ ଧରୁଥିଲେ ତୁଣ୍ଡେ ହରିଯାଏ ପାପ ।୩।

ଅପୁତ୍ରିକ ଘରେ ପୁତ୍ର ଆଉ ଅନ୍ଧ ଚକ୍ଷୁ ପାଏ ତୁମ ଆଶୀର୍ବାଦେ ମୂର୍ଖ ପରା ମହାଜ୍ଞାନୀ ହୁଏ ।୪।

ବିଦ୍ୟାଦାତା ତୁମେ ଆହେ ଜ୍ଞାନର ଭଣ୍ଡାର ଏ ବିଶ୍ୱକୁ ତୁମେ ପ୍ରଭୁ ବାରେ ରକ୍ଷା କର ।୫।

ଜାତି ଧର୍ମ ଭୁଲି ତୋତେ କଲି ଆପଣାର ତୁମେ ଏକା ମୋର ପ୍ରଭୁ ମୋତେ ରକ୍ଷା କର ।୬।

ଆହେ ସିଦ୍ଧିବିନାୟକ ତୁମେ ଗିରିଜା ନନ୍ଦନ ତୁମେ ପରା ପ୍ରଭୁ କୋଟି ସୂର୍ଯ୍ୟଙ୍କ ସମାନ।୭।

ପୂଜୁଅଛି ଆଜି ତୁମକୁ ମହା ମୂର୍ଖ ମୁହିଁ ଭକ୍ତି ପୂତେ ଫଳ, ଫୁଲ ଧୂପ ଦୀପ ଦେଇ ।୮।

ରକ୍ଷାକର ରକ୍ଷାକର ଆହେ ବିଘ୍ନ ବିନାଶନ ଫିଟାଇ ଦିଅ ପ୍ରଭୁ ଏ ଦେଶରୁ କରୋନା ବନ୍ଧନ ।୯।

ତୁମ ସ୍ମରଣେ ପ୍ରଭୁ ସବୁ ଦୁଃଖ ଯିବ ନାଶ ତବ ଦୟା ହେଲେ, ଅଜ୍ଞାନରେ ଜ୍ଞାନର ପ୍ରବେଶ ।୧୦।

ରୋଗ ଶୋକ ସନ୍ତାପର ତୁମେ ଏକା ସୁରକ୍ଷା କବଚ ଜୟ ଜୟ ବିଘ୍ନରାଜ, ସିଦ୍ଧିଦାତା, ମୁକ୍ତି ପ୍ରଦାୟକ ।୧୧।

ପୂଣ୍ୟ କାର୍ଯ୍ୟରେ ତୁମେ ପ୍ରଭୁ ଅଗ୍ରପୂଜ୍ୟ ଆହେ ଗଣନାଥ ପ୍ରଣିପାତ କରି ଡାକେ ଏ ଅଧମ ହୋଇ ଯୋଡ ହସ୍ତ ।୧୨।

ଜୟ ଗଣେଶ ଜୟ ଗଣେଶ ଆହେ ମୂଷିକ ବାହନ ଏତିକି ମାଗୁଣି ମୋର ତୁମଠାରେ ଘେନ ନିବେଦନ ।୧୩।


  


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational