STORYMIRROR

Kalandi pal

Abstract

4  

Kalandi pal

Abstract

ଜୁଇ ତ ଜଳୁଛି

ଜୁଇ ତ ଜଳୁଛି

1 min
208


ଜୁଇ ତ ଜଳୁଛି ମଶାଣି ଭୂଇଁରେ

   କାନ୍ଦଣା ଶୁଭେ ଦୁଆରେ

ସମୟ ଖୋଲିଛି ଦୁଃଖର ପସରା

   ଦୁଃଖ ପ୍ରତି ଘରେ ଘରେ

ପ୍ରଭୁ, ସୁଖ ଯାଏ ବହୁ ଦୂରେ l0l


ସମୟର ଚକା ଭଉଁରୀ ଖେଳରେ

   ସଂସାର ଉଚ୍ଛନ୍ନ ହୁଏ

କେତେକେତେ ଘର ଜନଶୂନ୍ୟ ହୁଏ

   କେତେ ପାଗଳ ପରାଏ

ଗୃହଲକ୍ଷ୍ମୀ ହୋନ୍ତି ସାଧବା ବିଧବା

କାହାକୋଳ ଖାଲିଖାଲି ଆଜି ଅବା

   କେ ପିତାମାତା ହରାଏ l1l


ବଦଳିବ କେବେ ସମୟର ଚକ

   ସୁଖ ଫେରିବ ସଂସାରେ

ହସିବ ସଂସାର ହସିବ ଧରିତ୍ରୀ

    ତୁମ ଆଡ଼ ଚାହାଁଣୀରେ

ଚାହଁ ଥରେ ତୁମେ ହେ କଳାଠାକୁରେ

ସୁଖ ଫେରିଆସୁ ତୁମ ଏ ସଂସାରେ

   ବାନା ଉଡ଼ୁ ନିରନ୍ତର l2l

     


Rate this content
Log in

Similar oriya poem from Abstract