STORYMIRROR

କବି କୁସୁମଗୌରବ ଘନଶ୍ୟାମ ଜେନା

Abstract

4  

କବି କୁସୁମଗୌରବ ଘନଶ୍ୟାମ ଜେନା

Abstract

ଜୁହାର ମା' ସମଲେଇ

ଜୁହାର ମା' ସମଲେଇ

1 min
6


ଜୁହାର ମା' ସମଲେଇ ଜୟ ମାତ ମହାମାୟୀ

  ତବ ଦିବ୍ୟ ପୀଠସ୍ଥଳୀ,ଲୋକାର୍ପଣରେ

ପ୍ରକଳ୍ପର ଲୋକାର୍ପଣ, କଲେ ମୁଖିଆ ନବୀନ

  ଚଣ୍ଡୀପାଠ ହୋମଯଜ୍ଞ,ଶୁଭ ବେଳାରେ।

      ପ୍ରକମ୍ପିତ ସେ ଯଜ୍ଞସ୍ଥଳୀ

  ଭକ୍ତ ଜନ କୋଳାହଳେ ପଡ଼େ ଉଛୁଳି।୧।

ମାଆ ସମଲେଇଙ୍କର   ଅପରୂପ ପ୍ରକଳ୍ପର

  ଲୋକାର୍ପଣ ଉଛବର,ଶୁଭ ଲଗନେ,

ବେଦଜ୍ଞ ବ୍ରାହ୍ମଣଗଣ   ସାଧୁସନ୍ଥ, ଗୁଣୀଜନ 

  ହୋମଯଜ୍ଞ ସମାପନ, କଲେ ବିଧାନେ।

      ବିଶିଷ୍ଟ ଅତିଥିଙ୍କ ମେଳେ

 ଭକତଙ୍କ କୋଳାହଳେ, ମେଳା ଉଚ୍ଛୁଳେ।୨।

ହରିବୋଲ ହୁଳହୁଳି   ଶବଦେ ପଡ଼େ ଉଛୁଳି    

   ଘଣ୍ଟ ଘଣ୍ଟା ମୃଦଙ୍ଗର, ମଧୁର ସ୍ଵର 

ଶଙ୍ଖ ଘଣ୍ଟା ନିନାଦରେ  ମନ୍ଦିର ସ୍ଥଳୀ ଉଛୁଳେ

  ବିବିଧ ବାଦ୍ୟ ନାଦରେ, ସ୍ଥଳୀ ମୁଖର।

       ମା'ପୀଠର ରୂପାନ୍ତରଣ 

  ଦେଖି ଭକତ ସକଳ, ହରଷମନ।୩।

ମନ୍ଦିରର ଶୁଭ୍ରକାନ୍ତି ପ୍ରକାଶଇ ଦିବ୍ୟ ଜ୍ୟୋତି

   ଭକତ ମନେ ଭକତି, ହୁଏ ଉତ୍ପନ୍ନ,

ମହାନଦୀର ଆଳତୀ  ଦର୍ଶନେ ଲଭି ତୃପତି

  ପାଇବେ ଗତି ମୁକତି, ମନାସି ମନ।

      ଭକ୍ତଙ୍କ ସୁଗମ ଦର୍ଶନ,

    ଉତ୍ତମ ବ୍ୟବସ୍ଥାମାନ କଲେ ସମ୍ପନ୍ନ ।୪।



Rate this content
Log in

Similar oriya poem from Abstract