The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW
The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW

Gouri Panda

Abstract

3  

Gouri Panda

Abstract

ଜଟିଳ ଅଙ୍ଗ

ଜଟିଳ ଅଙ୍ଗ

1 min
17



ଜୀବନଟା ଏକ 

ଜଟିଳ ଅଙ୍କ। 

ସେ ଅଙ୍କର ହିସାବ ନାହିଁ। 

ନଅ ମାସ, ନଅ ଦିନ

ରହିଲୁ ଗର୍ଭରେ। 

ପାଞ୍ଚ ଦିନ ପଞ୍ଚୁଆତି ରେ। 

ଛଅ ଦିନେ ହେଲା

 ଷଠି ଘର ପୂଜା

ଏଗାରେ ଛୁତ୍ରିକା ଗଲା। 

ଏକୋଇଶି ଦିନେ 

ନୂଆ ଲୁଗା ପିନ୍ଧି

ବ୍ୟସ୍ତ ନାମ ୟଜ୍ଞରେ। 

ଆହୁରି ଜଟିଳ

ଜୀବନ ର ଅଙ୍କ

ସାଥେ, ସାଥେ ରହିଥାଏ। 

ଠିକ୍ ସମୟରେ

ପାଠ ପଢା ପାଇଁ 

ନାମ ଲେଖା ହୋଇଥାଏ। 

କିଶୋର କାଳରେ

ଚପଳତା ଆସେ

କଥା ବୁଝେନା କାହାର। 

ଯୌବନ କାଳରେ

ଯୁବତୀ ପ୍ରେମରେ

ବୋହିଯାଏ ପ୍ରେମ ଧାରେ। 

ବୟସ୍କ ଜୀବନ

ଘର କରଣାରେ

ବତେ ଦୁଃଖ ସୁଖ ନେଇ। 

ଷାଠିଏ ଡେଇଁଲେ

କେତେ ଭିନ୍ନ ରୋଗ

ଘର କରିଯାଏ ଭାଇ। 

ଜୀବନ ର ଅଙ୍ଗ 

କେତେ ଯେ ଜଟିଳ

ବୁଢା କାଳେ ଜାଣିଥାଇ।

ଯାହାର ଆଶାରେ

ଜୀବନ ବାତଇ

ନିରାଶା ସେ କରିଥାଇ।

ଜୀବନ ଅଙ୍ଗ ର

ଶେଷ ପାହଚରେ

ଏକା ହୋଇ ଯିବା ରହି। 

ପହଞ୍ଚିବ ଯେବେ

ମୃତ୍ୟୁର ଆଦେଶ

ଅଙ୍ଗ ଯିବ ଶେଷ ହୋଇ। 

ଶେଷ ଜୀବନ ରେ

ଶ୍ମଶାନ ଘାଟରେ

ଶୁଦ୍ଧ କ୍ରିୟା ହେଲାପରେ। 

ଜୀବନ ର ଅଙ୍ଗ 

ଜଟିଳ ହେଲେ ବି

ଗଣନ ଟା ହୁଏ ଶେଷ। 



Rate this content
Log in

Similar oriya poem from Abstract