ଜୋକର
ଜୋକର
ଜୋକର ଅଟନ୍ତି ମଜାଳିଆ ଲୋକ
କରନ୍ତି ସେ ଥଟ୍ଟା ମଜା ,
ନିଜ ଜୀବନକୁ ଜଳାଞ୍ଜଳି ଦେଇ
କରନ୍ତି ଅନ୍ଯକୁ ତାଜା ।
ନିଜର ଦୁଃଖକୁ ନିଜ ମନେ ଚାପି
ଖୁସି କରନ୍ତି ଅନ୍ଯକୁ ,
ଅନ୍ଯର ଦୁଃଖକୁ କରନ୍ତି ହରଣ
କିଣି ନିଅନ୍ତି ମନକୁ ।
ପର ଖୁସି ପାଇଁ ଏ ଘର ସେ ଘର
ଘୁରି ବୁଲୁଥାନ୍ତି ସିଏ,
ଅନ୍ଯର ମନକୁ ଖୁସି କରିବାକୁ
କରିଥାନ୍ତି ପଣ ସିଏ ।
ନିଜ ପିଲା ପେଟ ପୋଷିବା ପାଇଁକି
ଲାଗି ପଡିଥାଏ ସେହି ,
ଦି ଓଳି ଦି ମୁଠା ଦାନା ଯୋଗାଡରେ
ଲାଗି ପଡିଥାନ୍ତି ସେହି ।
ଯିଏ ସବୁବେଳେ ଆମ ଓଠ ଧାରେ
ଫୁଟାଇ ଦିଅନ୍ତି ହସ ।
ଚାଲ ତାଙ୍କ ପାଇଁ ଟିକିଏ ସାହାଯ୍ୟ
କରିବା ଦେଇ ସାହସ ।
