STORYMIRROR

Krushnapriya Mohapatra

Tragedy Inspirational Others

4  

Krushnapriya Mohapatra

Tragedy Inspirational Others

ଜୋକର୍

ଜୋକର୍

1 min
23.5K

ଜନମ ଠାରୁ ମରଣ ଯାଏ

ମଣିଷ କେବଳ ଅଭିନୟ କରେ

ବଞ୍ଚି ରହି ଥିବା ଯାଏଁ।

ଜୋକର୍ ପରାଏ ନିୟତି ନଚାଏ 

ରଙ୍ଗମଞ୍ଚ ପରା ଇଏ।


ପେଟ ପାଇଁ ଖାଲି ନାଟ

ଭୋକ ଆଉ ଭେକ ଆଣି ଠିଆ କରେ

ପାଇବାକୁ କିଛି ନୋଟ।

ରଙ୍ଗ ମାଖି ମୁହେଁ ,ହସି ହସି କରେ

ମିଛେ ମିଛେ ଏଠି ନାଟ।


ଅନ୍ୟ ମୁହେଁ ଦିଏ ହସ

ଅନ୍ତର ବେଦନା ଅନ୍ତରେ ସେ ରଖେ

କାହାକୁ ଦିଏନା ଦୋଷ।

ଦର୍ଶକଙ୍କ ପାଇଁ ଜୋକର୍ ହୁଅଇ

କରେ ନାହିଁ ଅବଶୋଷ।


ସର୍କସ ଜୋକର୍ ପରି

ପର ପାଇଁ ହସି ଖୁସି ସାଉଁଟେ ସେ

କିଏ ପାରିବେନି କରି।

ଏଇ ଜୀବନର ମନ୍ତ୍ର

ଅନ୍ୟ ଦୁଃଖ ଦୂର କରି ଶାନ୍ତି ମିଳେ

ସଂସାରେ ଥିବା ପର୍ଯ୍ୟନ୍ତ ।

       


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy