ଜୋଛନା
ଜୋଛନା
ଜୋଛନା ଛଳନା ଏ ଏକ ବାହାନା
ମେଘର ଠିକଣା ବରଷାକୁ ଜଣା ।
ଫଗୁଣ ଠିକଣା କୋଇଲିକୁ ଜଣା
ଆଖିର ଠିକଣା ଲୁହକୁ ଜଣା ।
ଜୋଛନା ଲୁଚନା ମୁଗ୍ଧ ଯମୁନା
ସଂଜ ସକାଳେ ମାଗେ ମଧୁ କଳ୍ପନା କଳ୍ପନା ।
ହଂସ ମିଥୁନ ସ୍ବପ୍ନ ବିଭୋରେ
ଫଗୁଣେ ଫେରିଯାଏ ମାୟାବିନୀ ବନ ଜୋଛନା
ତନୁ ମନ ସପନେ ଶୁଭେ ଶଙଭ ମୂର୍ଛନା ।
