STORYMIRROR

Gangotri Priyadarshini

Action Classics Inspirational

3  

Gangotri Priyadarshini

Action Classics Inspirational

ଜ୍ଞାନର ମାନ

ଜ୍ଞାନର ମାନ

1 min
165


ପାଠ ଦି ଅକ୍ଷର ସଜାଡି ଦେବ ସମ୍ପୂର୍ଣ୍ଣ ଜୀବନ

ଆଶ୍ରା ହେଲେ ହେଉ ଡିବିରି ସୂକ୍ଷ୍ମ ଧୃମୀଳ ଜ୍ଵଳନ

ଜ୍ଞାନ ପରାକାଷ୍ଠା ଦେଖାଇବ ଆଲୋକର ପଥ

ଲକ୍ଷେ ଉନ୍ନତି ର ଅବସର ଆଣିଦେବ ଦୁଇ ହାତ !!


ଅନ୍ତରେ ବୁଝି ଶିକ୍ଷା ମର୍ଯ୍ୟାଦା ବିଦ୍ୱାନ ଗଣେ ଗଣା

ପ୍ରତି ସମସ୍ୟା ସମାଧାନ ଥାଏ ସେ ଜନେ ଜଣା

ଶିକ୍ଷା ଆଲୋକ ଆଗେଇ ନେବ ବିଶ୍ଵ ସମୃଦ୍ଧି ପଥେ

ଶିକ୍ଷା ବିଜୟ କାଳ କାଳ କୁ ଜୀବନ ଯାତ୍ରା ଅନ୍ତେ !!


ଶିକ୍ଷା ଆଣିଛି ନୂତନ ଆଶା ନୂତନ ଜ୍ଞାନ କୌଶଳ

ଅନେକ କ୍ଷେତ୍ରେ ପରିବର୍ତ୍ତନ ଜାଗିଛି ମନୋବଳ 

ସମାଜ ଧାରା ଚିରାଚରିତ ତଂହିରେ ନୂତନ ଯୋଗ

ଯୁବ ପିଢିର କର୍ମ ପ୍ରବଣତା ଗଢ଼ିବ ସଂସାରେ ସ୍ବର୍ଗ !!


ଜ୍ଞାନର ଗାରିମା ପ୍ରତି ମନୁଷ୍ୟ ଅନ୍ତରେ ଗ୍ରହଣ କଲେ

ମାନବ ସଭ୍ୟତା ହେବ ମହାନ ବିଶ୍ଵ ଇତିହାସେ ଭଲେ !!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action