STORYMIRROR

Krushnapriya Mohapatra

Inspirational

3  

Krushnapriya Mohapatra

Inspirational

ଜ୍ଞାନଦାୟିନୀ

ଜ୍ଞାନଦାୟିନୀ

1 min
11.7K

  

ଭାରତରେ ଆମ ପୁରା କାଳୁ ଖ୍ୟାତ

ମୁନି ଋଷି ଆଉ କେତେ ସାଧୁ ସନ୍ଥ।

ସେଇ ସଂସ୍କୃତିର ସୁରକ୍ଷା ନିମନ୍ତେ।

ପୁସ୍ତକ ପୁର୍ବରୁ ଥିଲା ପୋଥି ରୁପେ।


ଆମ ପରମ୍ପରା ଅତି ପୁରାତନ

ଜ୍ଞାନ ଆହରଣ ଆଉ ବିତରଣ

କରୁଥିଲେ ଛାତ୍ର ପୋଥି ଅଧ୍ୟୟନ

ଏବେ ପ୍ରକାଶିତ ପୁସ୍ତକ ରୁପେଣ।


 ମାତା ଆଉ ପିତା, ଜନ୍ମ ଦେଇଥାନ୍ତି

ଦୀକ୍ଷା ଶିକ୍ଷା ଆଉ ସଂସ୍କାରେ ଗଢନ୍ତି।

 ଗୁରୁ ବିଦ୍ୟାଦାତା ,ଗୁରୁ ଜ୍ଞାନ ଦାତା

ଜୀବନ ରାସ୍ତାରେ ଚାଲିବା ଶିଖାନ୍ତି।


ସଂସାର ସହିତ ପରିଚିତ ହୁଏ

ପୁସ୍ତକ ପଠନ ଯେତେଯିଏ କରେ

ଜ୍ଞାନ ର ପ୍ରକାଶ ହୁଅଇ ଅନ୍ତରେ

ପାଠ କର ଯଦି ପୁସ୍ତକ ଆଦରେ।


ଅନ୍ଧାରୁ ଆଲୋକ ,ଦେଖାଏ ସେ ପଥ

ଅସମୟେ ରହେ ବନ୍ଧୁର ସହିତ

ତାର ତୁଲ୍ୟ କେହି ନାହିଁ ଏ ଜଗତେ

 ଜୀବନେ ଭରଇ ଧୈର୍ଯ୍ୟ ଓ ସଞ୍ଜତ।


କେବେ ନିଜଲୋକ କେବେ ପରଲୋକ

ମନ ରେ ଦିଅନ୍ତି ଅସରନ୍ତି କଷ୍ଟ।

କିନ୍ତୁ ଏ ପୁସ୍ତକ ନ ଦିଏ ଟି ଦୁଃଖ

ଖୁସି ସଦା କାଳେ ଦିଏ ଟି ଅଶେଷ।


ବାହୁ ବଳେ ସିନା ଜିତି ହୁଏ ଯୁଦ୍ଧ

ବୁଦ୍ଧି ବଳେ ଜିତେ ମନୁଷ୍ୟ ଜଗତ

ପୁସ୍ତକ ପଠନ ଉତ୍ତମ ଅଭ୍ୟାସ

ଶିକ୍ଷା ଦିଏ ବୁଦ୍ଧି, ଦିଏ ଯେ ସାହସ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational