Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bharatabandhu Biswal

Inspirational Others Children

4  

Bharatabandhu Biswal

Inspirational Others Children

ଜ୍ଞାନ ସାଧାରଣ

ଜ୍ଞାନ ସାଧାରଣ

1 min
364



ଏତେ ଧନ ମାନ

ଗରିମା ବଡିମା

ଅନ୍ତରେ ଭରିଛ ହଳାହଳ,

ତୁଣ୍ଡି ପିନ୍ଧାଇଲ

ହାତ ଧୁଆଇଲ

ଗୃହେ ଆବଦ୍ଧ ବୃଦ୍ଧ ଆବାଳ ।

ନିର୍ଲଜ ଚାଇନା

ଧିକ ମନ୍ଦବୁଦ୍ଧି

ଧୂର୍ତ୍ତ ତୁମେ ମିଥ୍ୟା ବଡପଣ

କୋଟି କୋଟି ଲୋକ

ଭୟେ ଆତଙ୍କିତ

ନୀଚ୍ଚ ତୁମେ ସ୍ୱାର୍ଥ ପରାୟଣ ।

ଖୋଳ ନାହିଁ ଖାତ

ଅପର ପାଇଁ କି

ନିଜ ପାଇଁ କାଳ ବିପଦପୂର୍ଣ୍ଣ

ନିର୍ବଳ କାହାକୁ

ଭାବ ନାହିଁ ଜମା

ପାପେ କ୍ଷୟ ଶ୍ରେଷ୍ଠ ପୁଣ୍ୟବାନ ।

ଅତି ଚତୁରତା

ପ୍ରପଞ୍ଚ ତିକ୍ତତା

ନିଶା ଅତିକ୍ରମ ଶଠ ଫିସାଦ

କେଉଁ ଗୁଣପଣ

ଦେଖାଉଛ ଟାଣ

ମାନୁ ନାହଁ ସୀମା ସରହଦ ।

ବିନାଶ କାଳରେ

ବିପରିତ ବୁଦ୍ଧି

ପରିଣତି ହୁଏ ଭୟାନକ

ପଢ ନୀତି ଶିକ୍ଷା

ସାଧାରଣ ଜ୍ଞାନ

ବିଶ୍ୱ ପ୍ରଗତିରେ ନିହିତ ସୁଖ ।

ଯୁଦ୍ଧ ବିଭୀଷିକା

ଧ୍ୱଂସ ରଚେ ସିନା

ବିଶ୍ଵ ପାଇଁ ନୁହେଁ ମଙ୍ଗଳପ୍ରଦ

ରାଷ୍ଟ୍ର ସାର୍ବଭୌମ

ବ୍ୟକ୍ତି ସ୍ୱ।ଧିନତା

ମୂଲ୍ୟବାନ ଶାନ୍ତି ମାନବବାଦ ।

ଶୁଣିଛକି କେବେ

ଷଡ଼ଯନ୍ତ୍ର ରଚି

ଅରଜିଛି କେହି କେବେ ସୁନାମ

ବଡ଼ ଅଟେ ସିନା

ଶାନ୍ତି ମୈତ୍ରୀ ପ୍ରୀତି

ସତ୍ୟ ଅହିଂସା ପରମ ଧର୍ମ ।

ଜ୍ଞାନ ବିଶ୍ଵ ପ୍ରାଣ

ଜ୍ଞାନ ସୁସମ୍ପର୍କ

ଜ୍ଞାନରେ ବିକାଶ ସୁଖ ସମୃଦ୍ଧି

ରୋଗ ଦୁଃଖ କଷ୍ଟ

ଜ୍ଞାନେ ନିବାରଣ

ମାନବ କଲ୍ୟାଣେ ଜ୍ଞାନ ପ୍ରସିଦ୍ଧି ।।


Rate this content
Log in

Similar oriya poem from Inspirational