STORYMIRROR

Ajit Kumar Raut

Abstract

4  

Ajit Kumar Raut

Abstract

ଜ୍ଞାନ ପ୍ରଦୀପ

ଜ୍ଞାନ ପ୍ରଦୀପ

1 min
272


ରାଗ:- ବଙ୍ଗଳା ଶ୍ରୀ 


କର ଅଙ୍କୁରିତ ଜ୍ଞାନର ପ୍ରଦୀପ

ପ୍ରେମ ପ୍ରୀତି ଦିଅ ଭରି

ଗୁଞ୍ଜୁସେବାଭାବ ଅନ୍ତର୍ଗତ ତୋର

କୀର୍ତ୍ତି ଦିଅ ରାଷ୍ଟ୍ରେ ଭରି ।


ଦେଶର ଭବିଷ୍ୟ ଯୁବା ଓ ଯୁବତୀ 

ଶିକ୍ଷା ଜ୍ଞାନେ ଦିଅ ମନ

ଅର୍ଜନ କର ତୁ ଜ୍ଞାନ ଓ ବିଜ୍ଞାନ

ଶାସ୍ତ୍ରରେ ହୁଅ ନିପୂଣ ।


କର ତୁ ନିର୍ମିତ ଉଜ୍ଜ୍ବଳ ଭବିଷ୍ୟ 

ରାଷ୍ଟ୍ର ହିତେ କର କର୍ମ

ଆଗୁଆ ତୁ ହୁଅ ରାଷ୍ଟ୍ରର ନିର୍ମାଣେ

କର୍ତ୍ତବ୍ୟ, ମନୁଷ୍ୟ ଧର୍ମ ।


ଜ୍ଞାନର ପ୍ରଦୀପ ଅନ୍ତର୍ଗତେ ଥିବ

ଅସମ୍ଭବ ଯେ ସମ୍ଭବ

ଅମୃତ କାଳର ନୂଆ ଏ ଭାରତ

ଗୌରବ ଗାଥା ଲେଖିବ ।


ସତ୍ୟ ଅହଂକାର ମନ୍ତ୍ର ଗୁଞ୍ଜୁ ଥିବ

ଦୁଃଖେ ସୁଖେ ମୃଦୁ ଭାଷା

କାର୍ଯ୍ୟ କରୁଥିବା କର୍ତ୍ତବ୍ୟରେ ରହି

ରାଷ୍ଟ୍ର ନିର୍ମାଣରେ ଆଶା ।


ଜ୍ଞାନର ପ୍ରଦୀପ ଜୀବନ ଚନ୍ଦନ

ପ୍ରୀତି ଜଗନ୍ନାଥ ଯାର

ଜ୍ଞାନବୋଳୁଦେଖୁ ଚକାନୟନକୁ

କାହ୍ନୁ ଯେ ମୁରାରୀ ଧର ।


ସମ୍ମାନ ବୃଦ୍ଧଙ୍କ ଗୁରୁଜନ ଭକ୍ତି 

ଜ୍ଞାନ ବୋଳୁ ପ୍ରାପ୍ତି ହୁଏ

କରେଜ୍ଞାନୀଜନ ପିତୃମାତୃ ସେବା

କର୍ତ୍ତବ୍ୟ ଜାଗ୍ରତ କରେ ।


ହୁଏ ଦୀପ୍ତିମାନ ମନ ଓ ମସ୍ତିଷ୍କେ

କର୍ମଯୋଗୀ ହୋଇଥାଏ

କରୁ ଥାଏ କର୍ମ ରାଷ୍ଟ୍ରର ଉତ୍ଥାନେ

ନୂଆ କୀର୍ତ୍ତି ଗଢି ଦିଏ ।


ହୁଏ ଜ୍ଞାନବନ୍ତ ଆଦର ସଂସାରେ

ସ୍ମୃତି ତାର ରହି ଯାଏ

ହୁଏ ସେ ମର୍ତ୍ତ୍ୟରେ ଅନୁକରଣୀୟ 

ଜ୍ଞାନର ପ୍ରଦୀପ ହୁଏ ।


ବାଳକ ବାଳିକା ଜ୍ଞାନର ପ୍ରଦୀପ

ଶିକ୍ଷା ପରା ଅଟେ ରତ୍ନ

ଗ୍ରହଣ କରହେ ଅମୂଲ୍ୟ ରତ୍ନକୁ

କରୁ ଥିବୁ ତାର ଯତ୍ନ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract