STORYMIRROR

Debabrata Mishra

Abstract Inspirational

4  

Debabrata Mishra

Abstract Inspirational

ଜନତା ଯାତନା

ଜନତା ଯାତନା

1 min
232


ଜନତା ଜନାର୍ଦ୍ଦନ ! 

ମିଛ ଗଣତନ୍ତ୍ରର ମଞ୍ଚ ସଜାଇବା ପାଇଁ

ଚିକମିକ୍ ଲାଇଟ୍ ପରି ବ୍ଯବହୃତ ଏମାନେ

ଯାହାଙ୍କୁ କୁହାଯାଏ ଜନତା ଜନାର୍ଦ୍ଦନ ବୋଲି

ଡ଼ାହାମିଛ କୁହନ୍ତି ସେମାନେ ଯେ ଏପରି କୁହନ୍ତି! 

ଏହି ସ୍ୱାର୍ଥର ସଂସାରରେ ଯେ ପୂଜା ପାଏ 

ତାକୁ ଦଳିଦେବାର ବଳିଦେବାର ପୂର୍ବାଭ୍ୟାସ ଟିଏ ମାତ୍ର ! 


ଗ୍ରାହକ ଈଶ୍ବର ! 

ଏଠି ବି ସେହି ଅବସ୍ଥା ଈଶ୍ବରଙ୍କ ନାମ ରେ ଅତ୍ୟାଚାର

କିଏ ସେମାନେ ସେମାନଙ୍କୁ ତ ସମସ୍ତେ ଜାଣନ୍ତି

ଦେଖନ୍ତି ପ୍ରତିଦିନ ସକାଳ ସଞ୍ଜରେ ଗାଁ ସହରରେ

କାହିଁକି ମୁର୍ଖ ଅଶିକ୍ଷିତ ଦରିଦ୍ର ଜାତି ଧର୍ମ ହିଁ ମାଧ୍ଯମ

ତୁମର ବଞ୍ଚିବାର ଆହୁରି ଅନେକ ପନ୍ଥା ବି ତ ଅଛି ! 


ଜନତା ସେବା ! 

ଇଏ ମଧ୍ଯ ଏକ ମାଧ୍ଯମ ପ୍ରବଞ୍ଚନା ଲାଞ୍ଛନାର

ରୋଜଗାରର ସ୍ୱାର୍ଥର ଅଭିସନ୍ଧି ହେଉ ଅବା କ୍ଷମତାର ଗାଦି

ସେବା ଶବ୍ଦ ହୀନ ଆଜି ଏଇ କିଛି ମିଛ ସମାଜ ସେବକଙ୍କ ପାଇଁ

ରୋଗ ତିଆରି କରି ଔଷଧ ବ୍ୟବସାୟ ଧ୍ୱଂସ କରୁଛି ସମାଜ

ଡାହାଣି ହୋଇ ଲାଗି ଗୁଣିଆ ହୋଇ ଝାଡ଼ିଦେବାର କୁବୁଦ୍ଧି

କେବେ ସରିବ ଏ ରାଜନୀତିର ବେପାର ଓ ଯାତନାର ଖେଳ? 


ଯୋଜନା ! 

କମିଟି କମିଶନ ଯୋଜନା ଲକ୍ଷ୍ଯ ସବୁ ଲୋକ ଦେଖାଣିଆ

ଶୀତଳ ଭଣ୍ଡାର ଚାଷପାଇଁ ନୁହଁ କେବଳ ଏହି ରିପୋର୍ଟ ପାଇଁ ବର୍ଷ ବର୍ଷ ଧରି ଥଣ୍ଡା ବସ୍ତା ରେ ପଡ଼ିଛି ଭାରତର

ଓଡ଼ିଶାର ଭବିଷ୍ଯତ

ଭିତ୍ତିଭୂମି ଶିଳାନ୍ୟାସ ଭିତ୍ତିପ୍ରସ୍ତର ଉଦ୍ଘାଟନ ସବୁ ପ୍ରହେଳିକା

ମିଛ ମାୟାରେ ପଡ଼ିଛି ଜନତା ସବୁ ତ ବୁଡ଼ିଛନ୍ତି 

କିଏ ବା ଉଦ୍ଧାର କରିବ ଏ ଜନତାଙ୍କୁ

ଜନତାଙ୍କୁ ଜନାର୍ଦ୍ଦନ କରି ବଳିଦିଆନଯାଉ ଏତିକି ବିନତୀ। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract