ଜନତା କର୍ଫ୍ୟୁ
ଜନତା କର୍ଫ୍ୟୁ
ଚାଲ ସର୍ବେ ମିଳିମିଶି
ଜନତା କର୍ଫ୍ୟୁ ପାଳିବା
କରୋନା ଭାଇରସକୁ
ଆମ ଦେଶରୁ ଟାଳିବା
ଚଉଦ ଘଣ୍ଟା ପର୍ଯ୍ୟନ୍ତ
ରହିବା ଗୃହ ମଧ୍ୟରେ
ମାନିବା ଆସ ସଭିଏଁ
ଭାବିକି ଚିତ୍ତ ମନରେ
ବାର ଘଣ୍ଟା ପରେ ଆଉ
ହେବନାହିଁ ସଂକ୍ରମଣ
ନ ପାଇଲେ ଆମ ସ୍ପର୍ଶ
ଆପେ ମରିଯିବ ଜାଣ
ବେଳୁ ହେବା ସାବଧାନ
ମାନି ସୁରକ୍ଷା ବିଧାନ
କରୋନା ଦମନ ପାଇଁ
ସର୍ବେ ହେବା ସଚେତନ
ସାମାଜିକ ଦୂରତ୍ୱକୁ
ସଭିଏଁ ଦେବା ସମ୍ମାନ
କର୍ତବ୍ୟ ଭାବି ଏହାକୁ
ଆସ କରିବା ପାଳନ
