Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jagannath Barik

Abstract

3  

Jagannath Barik

Abstract

ଜନରାଜ୍ୟ ଦିନ ଆସୁଛି

ଜନରାଜ୍ୟ ଦିନ ଆସୁଛି

1 min
170


ଜାତୀୟ ଦିବସ ଚଉସ୍ତରିତମ

   ଜନରାଜ୍ୟ ଦିନ ଆସୁଛି

ମୁଖେ ମୁଖେ ଖେଳେ ଆନନ୍ଦ ଲହରୀ

   ଜଳ ସ୍ଥଳ ନଭ ହସୁଛି |

କାଶ୍ମୀର ଠାରୁ  କନ୍ୟା କୁମାରୀ

 ଅରୁଣାଚଳରୁ   ମୁମ୍ବାଇ ନଗରୀ

ପଲ୍ଲୀ ଠାରୁ ଦ୍ବିଲ୍ଲୀ  ବକ୍ଷ ଉଠେ ଫୁଲି

   ସାଗରେ ଲହରୀ ନାଚୁଛି |

ନାଚେ ହିମାଳୟ  ନାଚେ ମେଘାଳୟ

 ନାଚେ ଗିରିବନ  ସବୁଜ ବଳୟ

ନାଚେ ଜନାଳୟ  ନାଚେ ଦେବାଳୟ 

   ଅସରା ଆନନ୍ଦ ଖେଳୁଛି |

ପ୍ରତିଟି ଭଵନ  ଦିଶେ ଶୋଭାବନ

 ଦ୍ୱାରେ ଦ୍ଵାରେ ପୂର୍ଣ୍ଣ  କୁମ୍ଭ ସଂସ୍ଥାପନ 

ଜାତୀୟ କେତନ   ଉଡ଼ୁଛି ଗଗନ

   ବାଦ୍ୟ ବାଣେ ମହୀ କମ୍ପୁଛି |

ଆଜି ନୂଆଦିଲ୍ଲୀ  ଉଠୁଛି ଚହଲି 

ରାଇସିନା ହିଲି   ହସେ ଖିଲି ଖିଲି

ତିନି ବାହିନୀର  ସମର କୌଶଳ

   ଲୋକଙ୍କୁ ମୋହିତ କରୁଛି |

ପ୍ରଜ୍ଞାପନ ମେଢ଼  ନୃତ୍ୟଗୀତ ଝଡ଼

 ବିଭିନ୍ନ ରାଜ୍ୟର  କଳା କଉଶଳ 

ବେଶ ପୋଷାକରେ ଯାକଯମକରେ

    ଭାରତ ଜନନୀ ହସୁଛି |

ଲାଲକିଲ୍ଲା ପରେ   ଉଡ଼ୁଛି ଦର୍ପରେ

ଜାତୀୟ ପତାକା   ତ୍ରିରଙ୍ଗା ଫର୍ଫରେ

ପ୍ରଧାନ ମନ୍ତ୍ରୀଙ୍କ   ବାଣୀ ବିସ୍ଫୋରକ

    ବିଶ୍ୱ ଚମକାଇ ଦେଉଛି |



Rate this content
Log in