ଜନନୀ ମୋ ଜନ୍ମଭୂମି
ଜନନୀ ମୋ ଜନ୍ମଭୂମି
ଜନନୀ ମୋ ଜନ୍ମଭୁମି
ମୋ ଜନନୀ ମୋ ଭାରତ ଭୂଇଁ
ହିମାଳୟ ଯାର ଶିରର ମୁକୁଟ
ଧୋଇଦିଏ ରତ୍ନାକର ଯାର ପାଦ
ତ୍ରିରଙ୍ଗା ପତାକା ଉଡେ ଫରଫର
ଶୁଭେ ଏଠି ନିତି ବେଦର ଓଁ କାର
ସ୍ୱାଧୀନତା ପାଇଁ ଏଠି ଗଲେ ବୀର ପ୍ରାଣ ଦେଇ
ଜନନୀ ମୋ ଜନ୍ମଭୂଇଁ
ଗଙ୍ଗାର ଧାରା ବହେ ନିରନ୍ତର
ଯାର ସଂସ୍କୃତି ସୁଦୂରପ୍ରସାର
ଚାରି ତିରିଥ ଯାର ଅଛି ଚାରିଦିଗେ
ଧର୍ମର ଧ୍ଵଜା ଉଡେ ଯାର ଆଗେ
ଦେବଭୁମି ଏଇ ଦେଶେ ଧନ୍ୟ ହେଲୁ
ଜନ୍ମ ନେଇ
ଜନନୀ ମୋ ଜନ୍ମଭୁଇଁ
